ଭୁବନେଶ୍ବର : ବୁଧବାର ଅପରାହ୍ନରେ ଘାଟିକିଆସ୍ଥିତ ବିପୁଲ ଗାର୍ଡେନ୍ ନିକଟରେ ଥିବା ଏକ ବସ୍ତିରେ ଜଣେ ନାବାଳିକା ଆତ୍ମହତ୍ୟା କରିଛି। ବେକରେ ଲୁଗା ଦେଇ ନାବାଳିକା ଝୁଲିପଡ଼ିଛି। ସେ ହେଉଛି ପୁଷ୍ପଲତା ପ୍ରଧାନଙ୍କ ଝିଅ ସମିତା ପ୍ରଧାନ(୧୬)। ସନ୍ଧ୍ୟାରେ ଭରତପୁର ପୁଲିସ ଖବର ପାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଖବର ଅନୁଯାୟୀ, ପୁଷ୍ପଲତାଙ୍କର ମୂଳ ଘର ହେଉଛି ଖୋର୍ଦ୍ଧାରେ। ଗତ କିଛିବର୍ଷ ତଳେ ତାଙ୍କ ସ୍ବାମୀ ମରିଯିବା ପରେ ସେ ୨ ଝିଅ-ପୁଅକୁ ସାଙ୍ଗରେ ଆଣି ଘାଟିକିଆସ୍ଥିତ ବସ୍ତିରେ ଘରଭଡ଼ା ନେଇ ରହିଥିଲେ। ବଡ଼ଝିଅ ସମିତା ନିକଟସ୍ଥ ସରକାରୀ ସ୍କୁଲ୍‌ରେ ପଢ଼ୁଥିଲା। ଆଜି ଅପରାହ୍ନରେ ପୁଷ୍ପଲତା ବାହାରକୁ ଯାଇଥିବା ବେଳେ ସମିତା ଆତ୍ମହତ୍ୟା କରିଥିଲା। ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।