ବାଲିଅନ୍ତା : ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ସ୍ବାଗତ ବିହାରରେ ଜଣେ ଯୁବକ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସେ ହେଲେ, ତପନ କୁମାର କର (୪୫)। ତପନ ଉଠିବାରେ ବିଳମ୍ବ ହେବାରୁ ପରିବାରଲୋକ ତାଙ୍କୁ ଡାକିଥିଲେ। ହେଲେ ଘର ଭିତରୁ କିଛି ଉତ୍ତର ନମିଳିବାରୁ କବାଟ ଭାଙ୍ଗି ତପନ ଝୁଲୁଥିବା ଦେଖି ଫ୍ୟାନରୁ ତଳକୁ ଓହ୍ଲାଇଥିଲେ। ତେବେ ସେ ବଞ୍ଚିଥିବା ଭାବି କ୍ୟାପିଟାଲ ହସ୍ପିଟାଲକୁ ନେଇଯାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ମୁତାବକ, ତପନ ଦ୍ବିତୀୟ ବିବାହ କରିଥିଲେ। ଦ୍ବିତୀୟ ପତ୍ନୀଙ୍କ ସହ ତାଙ୍କର କଳହ ଲାଗି ରହିଥିଲା। ଦ୍ବିତୀୟ ପତ୍ନୀ ବାପ ଘରକୁ ଚାଲି ଯାଇଥିବା ପୁଲିସ କହିଛି। ଗତ ରାତିରେ ମାନସିକ ଭାରସାମ୍ୟ ହରାଇ ତପନ ନିଜ ଶୋଇବା ଘର ଫ୍ୟାନରେ ଗାମୁଛା ବାନ୍ଧି ଝୁଲି ପଡ଼ିଥିବା କୁହାଯାଉଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପାହାଳ ଫାଣ୍ଡି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ବେକରେ ଗାମୁଛା ବାନ୍ଧି ଯୁବକଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2019/12/suicide-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)