ଭୁବନେଶ୍ବର: ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଆରମ୍ଭ ହେବାକୁ ଯାଉଥିବା ସୁପର୍ ସ୍ପେସିଆଲିଟି ହସ୍ପିଟାଲ୍ ‘ସମ୍ ଅଲ୍ଟିମେଟ୍ ମେଡିକେୟାର’ରେ ଜଣାଶୁଣା ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ଶରତ ସାହୁ ଯୋଗ ଦେଇଛନ୍ତି। ସେ ସିନିୟର୍ କନ୍ସଲ୍ଟାଣ୍ଟ୍ ଇଣ୍ଟର୍ଭେନ୍ସ୍ନାଲ୍ କାର୍ଡିଓଲୋଜିଷ୍ଟ ଭାବେ ଯୋଗ ଦେଇଛନ୍ତି। ହାଇଦ୍ରାବାଦସ୍ଥିତ ଆପୋଲୋ ହସ୍ପିଟାଲ୍ରେ ୧୧ ବର୍ଷ ଧରି କାର୍ଯ୍ୟ କରିଥିବା ଡାକ୍ତର ସାହୁ ପ୍ରାୟ ୧୫ ହଜାର ଆଞ୍ଜିଓଗ୍ରାମ୍, ୭୫୦୦ ଆଞ୍ଜିଓପ୍ଲାଷ୍ଟି ଓ ୩୦୦୦ ପ୍ରାଇମେରି ଆଞ୍ଜିଓପ୍ଲାଷ୍ଟି ସଫଳତାର ସହ କରିଛନ୍ତି। ଆଡଲ୍ଟ କନ୍ଜେନିଟାଲ୍ ଓ ଷ୍ଟ୍ରକ୍ଚରାଲ୍ ଇଣ୍ଟର୍ଭେନ୍ସନ୍ ନିମନ୍ତେ ଖ୍ୟାତି ଅର୍ଜନ କରିଥିବା ଡାକ୍ତର ସାହୁ ୪୦୦ ଭଲ୍ଭୋଟୋମି, ୨୦୦ ଡିଭାଇସ୍ କ୍ଲୋଜର୍ସ ଓ ୩୦୦ରୁ ଅଧିକ ପେରିଫେରାଲ୍ ଆଞ୍ଜିଓପ୍ଲାଷ୍ଟି ଓ ପାଖାପାଖି ୧୦୦ଟି କରୋଟିଡ୍ ଆଞ୍ଜିଓପ୍ଲାଷ୍ଟି କରିଛନ୍ତି। ଗତ ଏପ୍ରିଲ୍ ମାସରେ ଦକ୍ଷିଣକୋରିଆରେ ଅନୁଷ୍ଠିତ କାର୍ଡିଓଭାସ୍କୁଲାର୍ ସମ୍ମିଳନୀରେ ଜଟିଳ ଆଞ୍ଜିଓପ୍ଲାଷ୍ଟି ପାଇଁ ‘ବେଷ୍ଟ୍ କେସ୍ ପ୍ରେଜେଣ୍ଟେସନ୍ ଆୱାର୍ଡ’ରେ ତାଙ୍କୁ ସମ୍ମାନିତ କରାଯାଇଥିଲା।
Advertisment

Sambad is now on WhatsApp
Join and get latest news updates delivered to you via WhatsApp