ବଢିଛନ୍ତି କରୋନା ରୋଗୀ: ସ୍ଥିତି ଗମ୍ଭୀର ନୁହେଁ, ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ସମ୍‌ ହସ୍ପିଟାଲ

ଭୁବନେଶ୍ବର : ଦଶ ଦିନ ମଧ୍ୟରେ ସମ୍‌ ହସ୍ପିଟାଲରେ ବଢ଼ିଛନ୍ତି କରୋନା ରୋଗୀ। ଏହା ସତ୍ତ୍ବେ ସ୍ଥିତି ସେହିଭଳି ଗୁରୁତର ସ୍ଥିତିକୁ ଆସି ନଥିବା କହିଛନ୍ତି ନିର୍ଦେଶକ ପ୍ରଫେସର ଅଶୋକ ମହାପାତ୍ର। ୧୦ ଦିନ ପୂର୍ବରୁ ଏଠାରେ ମାତ୍ର ୨୦ ରୋଗୀ ଚିକିତ୍ସାଧୀନ ଥିଲେ, କିନ୍ତୁ ବର୍ତ୍ତମାନ ରୋଗୀ ସଂଖ୍ୟ ୪୭କୁ ବୃଦ୍ଧି ପାଇଛି। କେବଳ ନିର୍ଦିଷ୍ଟ ଖୋର୍ଧା ଜିଲ୍ଲାର ନୁହେଁ; ରାଜ୍ୟର ବିଭିନ୍ନ ସ୍ଥାନରୁ ଏହି ରୋଗୀମାନେ ଅଛନ୍ତି। ରାଜଧାନୀ‌‌ରେ ଥିବା କିଛି ଘରୋଇ ଡାକ୍ତରଖାନା ସମେତ ତାଳଚେର, କେନ୍ଦ୍ରାପଡ଼ା, ଜାମୁଝରି, ଟାଙ୍ଗି ସମେତ ବିଭିନ୍ନ ଜିଲ୍ଲା‌ରେ କୋଭିଡ୍‌ ଡାକ୍ତରଖାନା ବନ୍ଦ ହୋଇଯାଇଥିବାରୁ ରୋଗୀ ଏଠାକୁ ଆସୁଛନ୍ତି।

ଡ. ମହାପାତ୍ର ଆହୁରି କହିଛନ୍ତି ଯେ ଯେଉଁ କିଛି ଶିକ୍ଷାନୁଷ୍ଠାନରେ କରୋନା ଚିହ୍ନଟ ହୋଇଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ସଙ୍ଗରୋଧରେ ଅଛନ୍ତି। ରାଜ୍ୟରେ କରୋନା ମାର୍ଚ ମାସରୁ ଆରମ୍ଭ ହୋଇ ଅଗଷ୍ଟ, ସେପ୍ଟେମ୍ବର ମାସରେ ସର୍ବାଧିକ ସ୍ତର ୫ ହଜାର ପର୍ଯ୍ୟନ୍ତ ପହଞ୍ଚିଥିଲା। ଏହାପରେ ହ୍ରାସ ପାଇ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କମି ଯାଇଥିଲା। ଯେକୌଣସି ସ୍ଥିତି ପାଇଁ ସମ୍‌ ପ୍ରସ୍ତୁତ ରହିଥିଲେ ମଧ୍ୟ ପୂର୍ବଭଳି ଅବସ୍ଥାକୁ ଆସିବ ନାହିଁ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି। ପୂର୍ବରୁ ସମ୍‌ ପାଖରେ କରୋନା ଚିକିତ୍ସା ପାଇଁ ୨୨୫୦ ଶଯ୍ୟା, ୨୦୦ ଶଯ୍ୟା ବିଶିଷ୍ଟ ଆଇସିୟୁ ରହିଛି। ବର୍ତ୍ତମାନ ୫୦୦ ଶଯ୍ୟା ରହିଛି। ଆବଶ୍ୟକ ପଡ଼ିଲେ ଭେଣ୍ଟିଲେଟର୍‌ ବ୍ୟବହାର ହୋଇପାରିବ।

ସମ୍ବନ୍ଧିତ ଖବର