୨୯ରେ ଉଦ୍‌ଘାଟିତ ହେବ ସମ୍ ଅଲ୍ଟିମେଟ୍ ମେଡିକେୟାର୍‌

ଭୁବନେଶ୍ବର: ନୂତନ ଜ୍ଞାନକୌଶଳ ପର୍ଯ୍ୟବସିତ ଉଚ୍ଚମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ରାଜଧାନୀରେ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍‌) ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୨୯ ତାରିଖରେ ଏହା ଉଦ୍‌ଘାଟିତ ହେବ। ଦଶ ଏକର ଜାଗାରେ ନିର୍ମିତ ୯ ମହଲା ବିଶିଷ୍ଟ ଏହି ଚିକିତ୍ସାଳୟରେ ଅତ୍ୟାଧୁନିକ ଚିକିତ୍ସା ଯୋଗାଇ ଦିଆଯିବ। ଏଠାରେ ୧୪ଟି ମଡ୍ୟୁଲାର୍‌ ଓଟି ସହ ଟ୍ରମା ଆଇସିୟୁ ତଥା ଆନ୍ତର୍ଜାତିକ ଜ୍ଞାନକୌଶଳ ପର୍ଯ୍ୟବସିତ ପେଟ୍ ସିଟି ସ୍କାନ୍, ଥ୍ରି ଟେଲ୍‌ସା ଏମ୍ଆର୍‌ଆଇ ଏବଂ ଏଚ୍‌ଡିଆର ବ୍ରାଭୋସ୍ ବ୍ରାକିଥେରାପି ଭଳି ଅତ୍ୟାଧୁନିକ କ୍ୟାନ୍‌ସର ଚିକିତ୍ସା ପଦ୍ଧତିର ବ୍ୟବସ୍ଥା କରାଯାଇଛି। ଏମର୍ଜେନ୍ସି କେୟାର, ହାର୍ଟ କେୟାର, ଆଡ୍‌ଭାନ୍‌ସ୍‌ ସର୍ଜିକାଲ୍ ପ୍ରୋସିଡିୟୋର୍, ଡାଏଗ୍ନୋଷ୍ଟିକ୍ ଇମେଜିଂ ଓ ମ୍ୟାଟରନିଟି କେୟାର୍‌ ଭଳି କ୍ଷେତ୍ରରେ ଅଧିକ ଦୃଷ୍ଟି ଦିଆଯାଇଛି। ଏହାସହ ୩୦ଟି ସ୍ପେଶାଲିଟି କ୍ଷେତ୍ରରେ ଚିକିତ୍ସା ଯୋଗାଇ ଦିଆଯିବାର ଯୋଜନା କରାଯାଇଛି।

ଏ ସଂପର୍କରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ କହିଛନ୍ତି, ଆମ ସହରରେ ବିଶ୍ୱସ୍ତରୀୟ ଡାକ୍ତରଖାନା କରିବା ନିମନ୍ତେ ସୋଆର ଏକ ସ୍ବପ୍ନ ରହିଥିଲା। ସମସ୍ତଙ୍କୁ ସ୍ବାସ୍ଥ୍ୟ ସେବା ଖୁବ୍ ସହଜରେ ମିଳିବା ଲକ୍ଷ୍ୟରେ ସମ୍ମମ୍‌ର ପ୍ରତିଷ୍ଠା କରାଯାଇଛି। ଏହା ମାଧ୍ୟମରେ ସମାଜକୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାର ସ୍ବପ୍ନ ପୂରଣ ହୋଇପାରିବ। ସମ୍ ଅଲ୍ଟିମେଟ୍ ମେଡିକେୟାରର ସିଇଓ ଡ. ଶ୍ୱେତପଦ୍ମା ଦାସ କହିଛନ୍ତି, ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବ। ସମାଜର ସମସ୍ତ ବର୍ଗଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ସମ୍ମମ୍ ପ୍ଲାଟଫର୍ମ ହେବ।

ସମ୍ବନ୍ଧିତ ଖବର