କେବଳ ମାଛକୁ ନେଇ ରହିଛି ସୁମନ୍ତ ପ୍ରଧାନଙ୍କ ଫିସ୍ ଅନ୍ ହ୍ଵିଲ୍। ବିଭିନ୍ନ ପ୍ରଜାତିର ମାଛକୁ ନେଇ ପ୍ରସ୍ତୁତ କରନ୍ତି ବିଭିନ୍ନ ଆଇଟମ୍। ପୋହଳା, ରୋହି, ଚିଙ୍ଗୁଡ଼ି, ଚୂନା ମାଛ, କଙ୍କଡ଼ା ଆଦିରେ ପ୍ରସ୍ତୁତ କରନ୍ତି ମିଲ୍ଠାରୁ ଆରମ୍ଭ କରି ସନ୍ଧ୍ୟାର ଫାଷ୍ଟଫୁଡ୍ ପର୍ଯ୍ୟନ୍ତ। ରସୁଲଗଡ଼ ଓଭରବ୍ରିଜ୍ ତଳେ ଦିନକୁ ଦୁଇ ବେଳା ତାଙ୍କ ଗାଡ଼ି ଲଗାଇଥାନ୍ତି। ପ୍ରଧାନ ବାବୁଙ୍କ କହନ୍ତି ଯେ ଯେଉଁମାନେ ଗାଁ ଗହଳିର ଖାଦ୍ୟକୁ ପସନ୍ଦ କରୁଛନ୍ତି ସେମାନଙ୍କ ପାଇଁ ମିଲ୍ରେ ଭାତ, ମାଛ ଝୋଳ, ମୁଣ୍ଡ ଘାଣ୍ଟ, ଚୁନା ମାଛ ଭଜା, କଙ୍କଡ଼ା ମସଲା ରହିଛି। ଯେଉଁ ମିଲ୍ର ଦାମ ମାତ୍ର ୩୦ଟଙ୍କା ରହିଛି। ଯୁବପିଢ଼ିଙ୍କ ପସନ୍ଦ ଅନୁଯାୟୀ ସନ୍ଧ୍ୟାର ଫାଷ୍ଟଫୁଡ୍ରେ ପୋହଳା ପକୋଡ଼ା, ଚିଙ୍ଗୁଡ଼ି ପକୋଡ଼ା, ଚିଙ୍ଗୁଡ଼ି ରୋଲ, ଚିଙ୍ଗୁଡ଼ି ଚାଓମିନ୍ ବନାଉଥିବା ବେଳେ ଆଗକୁ ମାଛ ଚାଓମିନ୍ କରିବେ ବୋଲି ପ୍ରସ୍ତୁତି ଚଲେଇଛନ୍ତି। ତେବେ ଡିମାଣ୍ଡରେ ରହିଛି ‘ଚିଙ୍ଗୁଡ଼ି ଚାଓମିନ’୍। ବେସନରେ ଟିକେ ହଳଦୀ, ରସୁଣ, ଅଦା ଓ କଞ୍ଚା ଲଙ୍କା ପେଷ୍ଟ, ଲଙ୍କା ଗୁଣ୍ଡ, ଲୁଣ, ଭୃସଙ୍ଗ ପତ୍ର ଓ ଧନିଆ ପତ୍ର ଗୋଳାଇ ସେଥିରେ ଗୋଟା ପୋହଳାକୁ ବୁଡ଼ାଇ କଡ଼ା ଆଞ୍ଚରେ ଛାଣନ୍ତି। ଗ୍ରାହକଙ୍କୁ ପରସିଲା ବେଳେ ପ୍ଲେଟ୍ରେ ଗୋଟା ମାଛ ସହ ପିଆଜ, ଧନିଆପତ୍ର, ଚିଲି ସସ୍ ଓ ଟମାଟୋ ସସ୍ ଦେଇ ପରସିଥାନ୍ତି। ଏହାର ଦାମ୍ ମାତ୍ର ୩୦ଟଙ୍କା ରହିଛି। ସେହିପରି ଚିଙ୍ଗୁଡ଼ି ଚାଓମିନ୍ ବନେଇବାକୁ ହେଲେ ତେଲରେ ପିଆଜ, କ୍ୟାପ୍ସିକମ୍, ଗାଜର,ବନ୍ଧାକୋବି, ସୋୟାସସ୍ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ସେଥିରେ ଚାଓମିନ୍କୁ ମିଶାନ୍ତି। ଭଜା ଚିଙ୍ଗଡ଼ିକୁ ସେଥିରେ ପକାଇ ଗୋଲମରିଚ ଗୁଣ୍ଡ ଓ ଧଳାମରିଚ ଗୁଣ୍ଡ ମିଶାଇ ସସ୍ ଦେଇ ପରଶିବା ମାତ୍ରେ ଜିଭ ଛଟପଟ ହୁଏ। ଲୋକଙ୍କ ଆବଶ୍ୟକତା ଅନୁସାରେ ସସ୍ ଦିଆଯାଉଥିବା ବେଳେ ଏଥିରେ କୌଣସି ରଙ୍ଗ ମିଶାଯାଏ ନାହିଁ। ଏହି ପ୍ଲେଟ୍ର ଦାମ ୫୦ଟଙ୍କା ରହିଛି।
ସୁମନ୍ତ ବାବୁଙ୍କ ଚିଙ୍ଗୁଡ଼ି ଚାଓମିନ
/sambad/media/post_attachments/wp-content/uploads/2018/02/ch1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)