ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ଆହ୍ଵାନ

ଭୁବନେଶ୍ୱର: ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସାଂସ୍କୃତିକ ଓ କ୍ରୀଡ଼ା ସଂସଦର ବାର୍ଷିକ ଉତ୍ସବ ଆଜି ରବୀନ୍ଦ୍ର ମଣ୍ଡପ ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ଅତିଥି ଭାବେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅଶୋକ କୁମାର ମୀନା, ଛୋଟରାୟ ମୁର୍ମୁ, ନନ୍ଦକିଶୋର ସେଠୀ ଓ ଅତିରିକ୍ତ ଶାସନ ସଚିବ ଦେବେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
ବିଭାଗର ସମସ୍ତ କର୍ମଚାରୀ ସାଧାରଣ ଲୋକଙ୍କ ପାଇଁ ଆହୁରି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରି ବିଭାଗକୁ ଅଧିକରୁ ଅଧିକ ଲୋକାଭିମୁଖୀ କରିବାକୁ ଅତିଥିମାାନେ ଆହ୍ଵାନ ଦେଇଥିଲେ। ଏହି ଅବସରରରେ ବିଭାଗର ସ୍ମରଣିକା ‘ସତୀର୍ଥ’ ଲୋକାର୍ପିତ ହୋଇଥିଲା। ସଂସଦର କାର୍ଯ୍ୟକାରୀ ସଭାପତି ରାମପ୍ରକାଶ ମହାନ୍ତି ସଂସଦର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ସାଧାରଣ ସମ୍ପାଦକ ଅମିୟ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା ସହ ଧନ୍ୟବାଦ ପ୍ରଦାନ କରିଥିଲେ। ଶେଷରେ ନାଟକ ‘ଅବସୋସ’ ମଞ୍ଚସ୍ଥ ହୋଇଥିଲା।

 

ବଦଳୁଥିବା ସମ୍ପର୍କକୁ ନେଇ ଅବସୋସ
ଗୋଟିଏ ପକ୍ଷେ ଆଜି ଇଣ୍ଟରନେଟ୍‌, ଟିଭି, ମୋବାଇଲ ପରି ଅତ୍ୟାଧୁନିକ ଜ୍ଞାନ କୌଶଳ ପାଇଁ ପୃଥିବୀ ଗୋଟିଏ ଛୋଟ ଘର ପାଲଟି ଯାଇଛି। ଅପରପକ୍ଷେ ସମ୍ପର୍କର ଦୂରତା ବି ଲମ୍ବି ଲମ୍ବି ଯାଉଛି। ଆହା ପଦେ କହିବାକୁ ପାଖରେ କେହି ସମ୍ପର୍କୀୟ ରହୁନାହାନ୍ତି। ଜୀବନ ଜୀଇଁବାରେ ଜଟିଳତା ଭିତରେ ପ୍ରତିକ୍ଷଣରେ ମଣିଷ ମନରେ ଆଜି ଖାଲି ଅବସୋସ ।
ସମାଜରେ ବଦଳୁଥିବା ସର୍ମ୍ପକର ପରିଭାଷାକୁ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର କର୍ମଚାରୀଙ୍କ ଦ୍ୱାରା ଅଭିନୀତ ନାଟକ ‘ଅବସୋସ’ରେ ଏପରି ନିଚ୍ଛକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଇଂ ରମେଶ ମହାନ୍ତି ନିର୍ଦେଶିତ ଓ ସୁକାନ୍ତ ମଲ୍ଲିକ ରଚିତ ଏହା ନାଟକର ବିଭିନ୍ନ ଚରିତ୍ରରେ ରାମ ପ୍ରକାଶ, କମଳ ଲୋଚନ, ମୁରଲୀଧର, ତପନ, ଅମିୟ, ଅବିନାଶ, ଜିତେନ୍ଦ୍ର, କାହ୍ନ, ମାନସ, ରବି ନାରାୟଣ, ରବି ନାହାକ, ନିରଞ୍ଜନ, ପ୍ରଶାନ୍ତ, ପ୍ରକାଶ, ରୂପଶ୍ରୀ, ଶେଫାଳି, ପ୍ରଣତୀ, ମାମାଲି ଓ ଶିଶୁ କଳାକାର ଅନେ୍ଵଷା ପ୍ରମୁଖ ଅଭିନୟ କରିଥିଲେ। ଆସନ୍ତାକାଲି ସନ୍ଧ୍ୟାରେ ମଧ୍ୟ ଏହି ନାଟକ ମଞ୍ଚସ୍ଥ ହେବ।

ସମ୍ବନ୍ଧିତ ଖବର