ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଜୁନ୍‌ ୩ରୁ ଆରମ୍ଭ ହେବ ‘ସୋଆ ସମର୍‌ ଟେକ୍ନୋକ୍ୟାମ୍ପ’

ଭୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା ଜୁନ୍‌ ୩ରୁ ଦ୍ୱିତୀୟ ସୋଆ ସମର୍‌ ଟେକ୍ନୋକ୍ୟାମ୍ପ ଆରମ୍ଭ ହେବ । ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭସିଟି) ଅନ୍ତର୍ଗତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଡୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ଠାରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଜୁନ୍‌ ୩ରୁ ୯ ତାରିଖ ମଧ୍ୟରେ ସୋଆ ସମର୍‌ ଟେକ୍ନୋକ୍ୟାମ୍ପ ଆୟୋଜନ କରାଯିବ।

ଷଷ୍ଠ ଶ୍ରେଣୀରୁ ଏକାଦଶ ଶ୍ରେଣୀରେ ପାଠପଢ଼ୁଥିବା ଛାତ୍ରଛାତ୍ରୀମାନେ ଏହି କ୍ୟାମ୍ପରେ ଯୋଗ ଦେଇପାରିବେ। ସମର୍‌ ଟେକ୍ନୋକ୍ୟାମ୍ପ୍‌ରେ  ପ୍ରୋଜେକ୍ଟ ମଧ୍ୟ ଦେଇ ଶିକ୍ଷା ଦାନ କରାଯିବ। ସକାଳ ୧୦ ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଏହି କ୍ୟାମ୍ପ ଚାଲିବାକୁ ଥିବା ବେଳେ ଏଥିରେ ଭାଗ ନେବା ପାଇଁ ରେଜିଷ୍ଟ୍ରେସନ୍‌ ଫି ରଖାଯାଇ ନାହିଁ। ରେଜିଷ୍ଟ୍ରେସନ୍‌ କରିବାର ଶେଷ ତାରିଖ ମେ ୩୧ ରହିଥିବା ବେଳେ ଶ୍ୱେତାରାଣୀ ବିଶ୍ୱାଳଙ୍କୁ ତାଙ୍କ ମୋବାଇଲ ନମ୍ବର- ୯୪୩୮୧୫୭୨୩୨ ଏବଂ ଇମେଲ୍‌ [email protected] ମାଧ୍ୟମରେ ଯୋଗାଯୋଗ କରିବାକୁ ସୋଆ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ କୁହାଯାଇଛି।

ସେହିପରି ସିଭିଲ୍‌ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ରାସ୍ତା ସୁରକ୍ଷା, ବ୍ରିଜ୍‌, ୱାଟର୍‌ ଟ୍ରିଟ୍‌ମେଂଟ ସିଷ୍ଟମ୍‌, ସିୱେଜ୍‌ ଟ୍ରିଟ୍‌ମେଂଟ ସିଷ୍ଟମ୍‌ ଏବଂ ଜିଓମେଟ୍ରି ଉପରେ ପ୍ରୋଜେକ୍ଟ କରିବା ଶିକ୍ଷା ଦିଆଯିବ। ସେହିପରି ଫିଜିକ୍ସ ବିଭାଗ ପକ୍ଷରୁ ଦୈନନ୍ଦିନ ଜୀବନରେ ଫିଜିକ୍ସର କାର୍ଯ୍ୟକାରିତା ଉପରେ ଶିକ୍ଷା ଦିଆଯିବ ବୋଲି ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର