‌କେଏମ୍‌ବିବି ମହାବିଦ୍ୟାଳୟରେ ସମର୍‌ ପ୍ରୋଗ୍ରାମ୍‌

ଭୁବନେଶ୍ବର: ନରଣପୁରସ୍ଥିତ କେଏମ୍‌ବିବି ମହାବିଦ୍ୟାଳୟରେ ସମର୍‌ ପ୍ରୋଗ୍ରାମ୍‌ ଉଦ୍‌ଘାଟିତ ହୋଇଯାଇଛି। ଦିଲ୍ଲୀ ଆଇଆଇଟିର ପ୍ରଫେସର୍‌ ତପନ କୁମାର ଗାନ୍ଧୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ପଢ଼ିବାର ମୁଖ୍ୟ ଉଦ୍ଦେଶ୍ୟ କ’ଣ ହୋଇପାରେ, ବିଜ୍ଞାନ ଆମକୁ ଉଜ୍ଜ୍ବଳ ଭବିଷ୍ୟତ ଗଢ଼ିବାରେ କିପରି ସାହାଯ୍ୟ କରିପାରେ, ତାହା ଅତି ସୁନ୍ଦର ଭାବେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ।

ଏଥିସହ ନିଜକୁ ଶୀର୍ଷରେ ପହଞ୍ଚାଇବା ପାଇଁ ତାଙ୍କ ଛାତ୍ର ଜୀବନର ସଂଘର୍ଷ ବିଷୟରେ ବର୍ଣ୍ଣନା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଜୁନି ଚରଣ ସୂତାର ଅତିଥି ପରିଚୟ ପ୍ରଦାନ କରିବା ସହ ସମର ପ୍ରୋଗ୍ରାମ୍‌ର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଉପାଧ୍ୟକ୍ଷ ଶିତାଂଶୁ ଶେଖର ରାଉତ ଉପସ୍ଥିତ ଅତିଥି ଓ ପ୍ରତିଭାବାନ୍‌ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟାପକ ରାକେଶ କୁମାର ଷଡ଼ଙ୍ଗୀ ଓ ଅଧ୍ୟାପିକା ରୋମାଲି ସୋନମ୍‌ ସମର୍ପିତା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର