ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ବାଙ୍କୋ ଅଞ୍ଚଳରୁ ହୋଇଥିବା ୫ଟନ୍ ବିସ୍ଫୋରକ ସାମଗ୍ରୀ ଲୁଟ୍ ମାମଲାରେ ସନ୍ଦିଗ୍ଧ ମାଓ ଇନ୍ଫର୍ମର ଜର୍ଜ ମୁଣ୍ଡାର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ୍ ଆଜି ଶେଷ ହୋଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) ଜର୍ଜକୁ ୪ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିବା ପରେ ଆଜି କୋର୍ଟରେ ହାଜିରି କରାଇଥିଲା। ଏହାପରେ ଜର୍ଜକୁ ପୁଣି ଜେଲ୍ ହାଜତକୁ ପଠାଇଦିଆଯାଇଛି। ଦୁଇ ଦୁଇ ଥର ରିମାଣ୍ଡ୍ରେ ଆଣି ଏନ୍ଆଇଏ ମାରାଥନ୍ ଜେରା କରିଥିବାରୁ ଜର୍ଜ ବହୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଥିବା କୁହାଯାଉଛି। ପ୍ରଥମ ଥର ତାକୁ ୬ଦିନିଆ ରିମାଣ୍ଡରେ ଅଣାଯାଇଥିଲା। ତେଣୁ ଏନ୍ଆଇଏ ତାକୁ ଦୀର୍ଘ ୧୦ ଦିନ କାଳ ଘନଘନ ଜେରା କରି ଏହି କାଣ୍ଡରେ ଥିବା ମାଓ ଲିଙ୍କ୍ ସମ୍ପର୍କରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଥିବା ସୂଚନା ମିଳିଛି। ଏନ୍ଆଇଏ ଟିମ୍ ଏବେ ବି ରାଉରକେଲାରେ ଡେରା ପକାଇଛି ଏବଂ ପଡ଼ୋଶୀ ରାଜ୍ୟର ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିଛି।
ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ମେ ୨୭ରେ ଏହି ଲୁଟ୍ ହୋଇଥିଲା। ଶ୍ରବଣ ଅଗ୍ରୱାଲ୍ଙ୍କ ଗୋଦାମରୁ ୩ଟି ଟ୍ରକ୍ରେ ଏହି ବିସ୍ଫୋରକ ସାମଗ୍ରୀ ବାଙ୍କୋ ଅଞ୍ଚଳର ଏକ ଖଣିକୁ ଯାଉଥିବା ବେଳେ ପ୍ରାୟ ୩୦ରୁ ୪୦ ନକ୍ସଲ୍ ଘେରିଯାଇଥିଲେ ଏବଂ ଗୋଟିଏ ଟ୍ରକ୍କୁ ନେଇଯାଇଥିଲେ। ଏହି ମାମଲାକୁ ପ୍ରଥମେ ସୁନ୍ଦରଗଡ଼ ପୁଲିସ ତଦନ୍ତ କରୁଥିଲା। ମାତ୍ର ମାଓ ଲିଙ୍କ୍ ପ୍ରସଙ୍ଗ ଜଣାପଡ଼ିବା ପରେ ଏନ୍ଆଇଏ ଏହି ତଦନ୍ତ ଭାର ଗ୍ରହଣ କରିଛି।
ସୁନ୍ଦରଗଡ଼ରେ ବିସ୍ଫୋରକ ସାମଗ୍ରୀ ଲୁଟ୍ ମାମଲା: ସରିଲା ମାଓ ଇନ୍ଫର୍ମର୍ ଜର୍ଜର ରିମାଣ୍ଡ୍
ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ବାଙ୍କୋ ଅଞ୍ଚଳରୁ ହୋଇଥିବା ୫ଟନ୍ ବିସ୍ଫୋରକ ସାମଗ୍ରୀ ଲୁଟ୍ ମାମଲାରେ ସନ୍ଦିଗ୍ଧ ମାଓ ଇନ୍ଫର୍ମର ଜର୍ଜ ମୁଣ୍ଡାର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ୍ ଆଜି ଶେଷ ହୋଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) ଜର୍ଜକୁ ୪ଦିନିଆ...
/sambad/media/media_files/2025/07/22/mao-imformer-sundargarh-2025-07-22-06-56-02.jpg)