ଭୁବନେଶ୍ୱର: ରାଜଧାନୀର ସୁନ୍ଦରପଦା ଅଞ୍ଚଳରେ ଡବଲ ମର୍ଡର ଘଟଣାରେ ସିନ ରିକ୍ରିଏସନ କଲା ପୁଲିସ। ଦୁଇ ଅଭିଯୁକ୍ତ ଗଣେଶ ମଲ୍ଲିକ ଓ ପ୍ରଦୀପ ମଲ୍ଲିକକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରାଯାଇଛି। ରଶ୍ମିରଂଜନ ସେଠୀ ଓ ସମ୍ୱିତ ରାଉତଙ୍କୁ କେମିତି ହତ୍ୟା କରିଥିଲେ ପୁଲିସକୁ ତାର ଡେମୋ ଦେଖାଇଛନ୍ତି ଅଭିଯୁକ୍ତ। ସୁନ୍ଦରପଦା ଅଞ୍ଚଳରେ ଭାଇଗିରି ଓ ପତିଆରା ଦେଖାଇବା ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ପୁରୀ ବସଷ୍ଟାଣ୍ଡରୁ ମିଳିଲା ଫେରାର ଅଭିଯୁକ୍ତର ବାଇକ। ପୁରୀ ବସଷ୍ଟାଣ୍ଡରେ ଅଭିଯୁକ୍ତଙ୍କ ବାଇକ ପାର୍କିଂ ହୋଇଥିବା ଦେଖିବାକୁ ମିଳିଛି। ପୁଲିସ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି।
ଗତକାଲି ହତ୍ୟାକାଣ୍ଡ ସମୟର ସିସିଟିଭି ଦୃଶ୍ୟ ସାମ୍ନାକୁ ଆସିଥିଲା। ସିସିଟିଭି ଫୁଟେଜରେ ହତ୍ୟାକାଣ୍ଡ ଭିଆଇବା ପରେ ସିବିଜେଡ ବାଇକରେ ଦୁଇ ଅଭିଯୁକ୍ତ ଫେରାର ହେବାର ଚିତ୍ର ଦେଖିବାକୁ ମିଳିଥିଲା। ଜବତ ହୋଇଥିବା ଗାଡ଼ିଟି ପ୍ରଦୀପ ମଲ୍ଲିକଙ୍କ ନାମରେ ଅଛି।