ଭୁବନେଶ୍ୱର ମହାନଗର ନିଗମ ପାଇଁ ସୁନୀତି ମୁଣ୍ଡଙ୍କୁ ମେୟର ପ୍ରାର୍ଥୀ କଲା ବିଜେପି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର୍‌ ପଦବି ପାଇଁ ଡ. ସୁନୀତି ମୁଣ୍ଡଙ୍କୁ ପ୍ରାର୍ଥୀ କରିଛି। ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ ଆଜି ଅପରାହ୍ନରେ ଏହା ଘୋଷଣା କରିଛନ୍ତି। ଡ. ସୁନୀତି ମୁଣ୍ଡ ହେଉଛନ୍ତି ଜଣେ ଉଚ୍ଚଶିକ୍ଷିତା, ଲେଖିକା ଓ ସାମ୍ବାଦିକ। ସୁନୀତି ଜଣେ ଲେଖିକା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ଏକ ଟ୍ରଷ୍ଟ ରହିଛି ଯାହାର ନାଁ ଦକ୍ଷ ୱେଲଫେୟର ଟ୍ରଷ୍ଟ । ଏହା ମାଧ୍ୟମରେ ସେ ଲୋକସେବା କରି ଆସୁଛନ୍ତି ।

ଭୁବନେଶ୍ୱର ମହାନଗର ନିଗମର ବିଜେପି ପ୍ରାର୍ଥୀ ଭାବେ ଘୋଷିତ ହେବା ପରେ ଶ୍ରୀମତୀ ମୁଣ୍ଡ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ସେ କହିଛନ୍ତି ଯେ, ବିଜେପି ଦେଇଥିବା ଦାୟିତ୍ୱ ସଠିକ ଭାବରେ ପରିଚାଳନା କରିବି। ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛି। ମୁଁ କେବଳ ପ୍ରତିଶ୍ରୁତି ଦେବିନି। ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି  ପୂରଣ କରିବି। ବର୍ତ୍ତମାନ କଥା ନୁହେଁ କାମ କରିବାକୁ ହେବ । ମୁଁ ସବୁବେଳେ ଲୋକଙ୍କ ସହ ରହିଆସିଛି । ଆଉ ଆଜି ଭାରତୀୟ ଜନତା ପାର୍ଟି ମୋତେ ଏକ ସୁନ୍ଦର ପ୍ଲାଟଫର୍ମ ଦେଇଥିବାରୁ, ଲୋକଙ୍କ ସେବା କରିବାର ସୁଯୋଗ ପାଇବି।

ସଂକ୍ଷେପରେ ଡ. ସୁନୀତି ମୁଣ୍ଡ

ଜନ୍ମ: ନୂଆପଡ଼ା, ଓ୍ଵାର୍ଡ ନମ୍ବର-୩
ଜନ୍ମ ତାରିଖ: ୧୯୭୫ ଅଗଷ୍ଟ ୧୬
ବାପା: ନାରାୟଣ ମୁଣ୍ଡ
ମା’: ଅରୁଣୀ ମୁଣ୍ଡ

ଶିକ୍ଷାଗତ ଯୋଗ୍ୟତା: ଓଡ଼ିଆରେ ସ୍ନାତୋକତ୍ତର, ସାମ୍ବାଦିକତାରେ ପିଜି, ଗ୍ରାମୀଣ ବିକାଶରେ ପିଜି, ହିନ୍ଦୀ ରତ୍ନ

ବର୍ତ୍ତମାନ କ’ଣ କରୁଛନ୍ତି ସୁନୀତି
ଦକ୍ଷ ଫାଉଣ୍ଡେସନ୍‌ର ଚେୟାରପର୍ସନ, ଦକ୍ଷ ବୁକ୍‌ସର ପ୍ରକାଶକ, ଦକ୍ଷ ପତ୍ରିକାର ଟିଭି ଧାରାବାହିକ ତଥା ପ୍ରାମାଣିକ ଚଳଚ୍ଚିତ୍ର ପାଇଁ ସଂପାଦିକା, ପ୍ରଯୋଜିକା ଓ ନିର୍ଦ୍ଦେଶିକା।

ସମ୍ବନ୍ଧିତ ଖବର