ସୁର ରାଉତରାୟଙ୍କ ୭୯ତମ ଜୟନ୍ତୀ: ‘ରାଜନେତା ନୁହେଁ ଜନନେତା’

୩୬ ୟୁନିଟ୍‌ ରକ୍ତ ସଂଗୃହୀତ 

ପୁରୁଣା ଭୁବନେଶ୍ୱର: ‘ସୁରବାବୁ ଶହେ ବର୍ଷ ରୁହନ୍ତୁ। ଜଟଣୀ ଭୁବନେଶ୍ବରରେ ଦୀର୍ଘକାଳ ଧରି ସେ ଡେୟାର କରି ଆସୁଛନ୍ତି। ସୁର ଭାଇ କହିଲେ ପିଲାଠୁ ବୁଢ଼ାଯାଏ ସମସ୍ତେ ଜାଣନ୍ତି। ତେଣୁ ମୁଁ ତାଙ୍କୁ ଥଟ୍ଟାରେ କୁହେ ‘ଯାହା ମୁହଁରେ ବାଡ଼ବତା ନାହିଁ, ତା’ର ନାମ ସୁର ଭାଇ’। ସେ ରାଜନେତା ନୁହେଁ, ଜଣେ ଜନନେତା। ଲୋକ ଯୁଆଡ଼େ ସୁର ସିଆଡ଼େ। ଛୋଟ ନାହିଁ ବଡ଼ ନାହିଁ, ଧନୀ ନାହିଁ କି ଗରିବ ନାହିଁ, ପ୍ରତ୍ୟେକ ଲୋକଙ୍କ ସୁଖଦୁଃଖରେ ଠିଆ ହୁଅନ୍ତି ସୁର ଭାଇ। ଲୋକଙ୍କୁ ପରାମର୍ଶ ଦିଅନ୍ତି ଦୁଃଖରେ ଡର ନାହିଁ, ସୁଖରେ ମର ନାହିଁ, ଆଗକୁ ମାଡ଼ି ଚାଲ।’ ଆଜି ସୁର ରାଉତରାୟ ଜୟନ୍ତୀ କମିଟି ପକ୍ଷରୁ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ୭୯ତମ ଜୟନ୍ତୀ ପାଳନ ଅବସରରେ ଏଭଳି କହିଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ। ସେହିଭଳି ବହୁ ରାଜନୈତିକ ବ୍ୟକ୍ତିବିଶେଷ ଆଜି ଶ୍ରୀ ରାଉତରାୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଏହି ଉପଲକ୍ଷେ ‘ସମ୍ୱାଦ ଆମ ଓଡ଼ିଶା’ ଓ ଜୟନ୍ତୀ କମିଟିର ମିଳିତ ଆନୁକୂଲ୍ୟରେ ମାଉସୀ ମା’ ଛକଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୩୬ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଛି। କ୍ୟାପିଟାଲ ହସ୍ପିଟାଲ ବ୍ଲଡ୍‍ ବ୍ୟାଙ୍କ ଅଧିକାରୀ ଡା. ଦେବାଶିଷ ମିଶ୍ର, ଡ. ଶ୍ରଦ୍ଧା କୌସିକ ଓ ବିଧାୟକ ଶ୍ରୀ ରାଉତରାୟ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

ପୂର୍ବାହ୍ନରେ ଜୟନ୍ତୀ କମିଟି ପକ୍ଷରୁ ବିଏମ୍‍ସି ହସ୍ପିଟାଲ ଓ ଲିଙ୍ଗରାଜ ମନ୍ଦିରଠାରେ ଫଳ ଓ ମାସ୍କ ବଣ୍ଟନ କରାଯାଇଥିବା ବେଳେ ମାଉସୀମା ଛକଠାରେ ଭଜନ ସମାରୋହ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଦାମ ରାଉତ, ମେୟର ସୁଲୋଚନା ଦାସ, ପସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ଶିବାନନ୍ଦ ରାୟ, ମାନସ ରଞ୍ଜନ ଚୌଧୁରୀ, ବିଶ୍ବଜିତ ଦାଶ, ରଶ୍ମି ମହାପାତ୍ର, ମନୋରଞ୍ଜନ ଦାଶ, ପୃଥିବୀ ବଲ୍ଲଭ ପଟ୍ଟନାୟକ, ଚିନ୍ମୟ ଦାଶ, ମାନସ ଆଚାର୍ଯ୍ୟ, ପ୍ରକାଶ ଜେନା, ବେଣୁଧର ଭୋଇ, ଦୁଃଶାସନ ସ୍ବାଇଁ, ସଂଗ୍ରାମ ପାଇକରାୟ, ବିଜେପି ନେତା ଅମୀୟ ଦାଶ, ବାବୁ ସିଂ, ମଦନ ମୋହନ ପ୍ରଧାନ, କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର, ଶିବ ପ୍ରସାଦ ବେହେରା, ଚନ୍ଦ୍ରଶେଖର ମଲିଆ ପ୍ରମୁଖ ଶ୍ରୀ ରାଉତରାୟଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜୟନ୍ତୀ କମିଟିର ସଭାପତି ଦିଲ୍ଲୀପ ମିଶ୍ର, ସଂପାଦକ ଜୟକୃଷ୍ଣ ମଲିଆ, କପିଳ ପଣ୍ଡା, ବିଷ୍ଣ ପ୍ରସାଦ ମୁଦୁଲି, ରମେଶ ମହାପାତ୍ର, ଶ୍ରୀବତ୍ସ ପତି, ସନତ ମିଶ୍ର, ଡ. ଲିଙ୍ଗରାଜ ସାହୁ, ପ୍ରଶାନ୍ତ ଚମ୍ପତି, ପ୍ରକାଶ ମହାନ୍ତି, ଶ୍ରୀକାନ୍ତ ପଣ୍ଡା, ମନୋରଞ୍ଜନ ବଟୁ, ଧୀରଜ ମହାପାତ୍ର, ଶଙ୍କୁନା କହଁର, ଜୟକୃଷ୍ଣ ସ୍ୱାଇଁ, ନୀଳମଣି ମିଶ୍ର, ସୂର୍ଯ୍ୟକାନ୍ତ ପାତ୍ର, ବାବନ ଚନ୍ଦ୍ର ମହାପାତ୍ର, ବିଜୟ ଦ୍ୱିବେଦୀ, ବିକାଶ ଗରାବଡ଼ୁ, ତ୍ରିନାଥ ସିଂ, ସୁଧାଂଶୁ ମୋହନ ପଟ୍ଟନାୟକ, ତ୍ରିଲୋଚନ ପ୍ରଧାନ, ସୁର ଗଜେନ୍ଦ୍ର, ଶରତ ପଣ୍ଡା, ଘନଶ୍ୟାମ ସାହୁ, ଗିରିଜା ମହାପାତ୍ର, ପ୍ରଦୀପ୍ତ ମହାପାତ୍ର, ମନୋରଞ୍ଜନ ମଲିଆ, ରାଜେନ୍ଦ୍ର ମହାରଣା, ସଚିକାନ୍ତ ମଲିଆ, ବିକ୍ରମ ସୁନ୍ଦରାୟ, ବସନ୍ତ ସାହୁ ଓ ବହୁ ଯୁବକ ସାମିଲ ହୋଇଥିଲେ। ‌ସନ୍ଧ୍ୟାରେ ମେଲୋଡି ଓ ଏକ ସଭା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର