ପୁରୁଣା ଭୁବନେଶ୍ୱର: ସୁର ରାଉତରାୟ ଜୟନ୍ତୀ କମିଟି ପକ୍ଷରୁ ଆଜି ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ୭୫ତମ ଜନ୍ମୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ଦଳର ନେତା ଶ୍ରୀ ରାଉତରାୟଙ୍କୁ ଶୁଭେଚ୍ଛା ଜଣାଇଥିଲେ। ‘ସମ୍ବାଦ-ଆମ ଓଡ଼ିଶା’ ଓ କମିଟିର ମିଳିତ ଆନୁକୂଲ୍ୟରେ ମାଉସୀମା’ ଛକଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ୫୦ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। କ୍ୟାପିଟାଲ ହସ୍ପିଟାଲର ବ୍ଲଡ୍ ବ୍ୟାଙ୍କ ଟିମ୍ ରକ୍ତ ସଂଗ୍ରହ କରିଥିଲା। ସୁରେଶ କୁମାର ରାଉତରାୟ ଓ ବ୍ଲଡ୍ ବ୍ୟାଙ୍କ ଅଧିକାରୀ ସମସ୍ତ ରକ୍ତଦାତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଜୟନ୍ତୀ କମିଟି ପକ୍ଷରୁ ବିଏମ୍ସି ହସ୍ପିଟାଲ ଓ ଲିଙ୍ଗରାଜ ମନ୍ଦିରଠାରେ ଫଳ ବଣ୍ଟନ, ରାମେଶ୍ୱର ମନ୍ଦିରରେ ବୃକ୍ଷ ରୋପଣ ଓ ବନ୍ଧୁ ମିଳନ ହୋଇଥିଲା। ମାଉସୀମା ଛକଠାରେ ସକାଳେ ଭଜନ ସମାରୋହ ଏବଂ ସନ୍ଧ୍ୟାରେ ନୃତ୍ୟ ପ୍ରତିଯୋଗିତା ଓ ମେଲୋଡି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ, ଜିଲ୍ଲା କଂଗ୍ରେସ ସଭାପତି ମାନସ ରଞ୍ଜନ ଚୌଧୁରୀ, କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ର, ମନୋରଞ୍ଜନ ଦାଶ, ସଂଗ୍ରାମ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସଂଗ୍ରାମ ପାଇକରାୟ, ମେୟର ଅନନ୍ତ ନାରାୟଣ ଜେନା, ବିଜେପି ନେତା ଅମିୟ ଦାଶ, ଜୟନ୍ତୀ କମିଟିର ସଂପାଦକ ଜୟକୃଷ୍ଣ ମଲିଆ, ଦିଲ୍ଲୀପ ମିଶ୍ର, କପିଳ ପଣ୍ଡା, ବିଷ୍ଣୁ ପ୍ରସାଦ ମୁଦୁଲି, ଗଦାଧର ଦାସ, ସତ୍ୟପ୍ରିୟ ବେହେରା, ରମେଶ ମହାପାତ୍ର, ଶ୍ରୀବତ୍ସ ପତି, ସନତ ମିଶ୍ର, ଗଦାଧର ଦାସ, ଲିଙ୍ଗରାଜ ସାହୁ, ସଚ୍ଚିକାନ୍ତ ମଲିଆ, ରାମକୃଷ୍ଣ ପରିଡ଼ା, ମଦନ ମୋହନ ପ୍ରଧାନ, ଶିବ ବେହେରା, ଶେଷ ଶେଖର ଗାରାବଡ଼ୁ, ଶରତ ପଣ୍ଡା, ମନୋରଞ୍ଜନ ବଟୁ, ସୂର୍ଯ୍ୟକାନ୍ତ ପାତ୍ର, ବାବନ ଚନ୍ଦ୍ର ପଢ଼ିହାରୀ, ଚିନ୍ମୟ ସାହୁ, ଅଶୋକ ମଙ୍ଗରାଜ, କଳିଙ୍ଗ ସାହୁ, ଏଏସ୍ଏନ୍ ଅଲ୍ଲୀ, ପୁଷ୍ପାଞ୍ଜଳି ଛୋଟରାୟ, ପଲ୍ଲବୀ ବେହେରା, ମାନସ ଆଚାର୍ଯ୍ୟ, ବିଜୟ ଦ୍ଵିବେଦୀ, ବିକାଶ ଗରାବଡ଼ୁ, ବେଣୁଧର ପାତ୍ର, ଗିରିଜା ମହାପାତ୍ର, ଧୀରଜ ମହାପାତ୍ର, ଶଙ୍କୁନା କଅଁର, ବିଷ୍ଣୁ ପ୍ରସାଦ ପାଇକରାୟ, ଜୟକୃଷ୍ଣ ସ୍ୱାଇଁ, ଅନିକେତ ବଟୁ, ଆଶୁତୋଷ ନନ୍ଦ, ଶିବ ପ୍ରସାଦ ଶ୍ରୀଚନ୍ଦନ, ଅଭିଷେକ ନାୟକ, ବିଷ୍ଣୁ ସାହୁ, ସୁଧାଂଶୁ ମହାନ୍ତି, ନୀଳ ମିଶ୍ର, ଘନଶ୍ୟାମ ସାହୁ, କିଶୋର କୁମାର ବେହେରା, ବିକ୍ରମ ସୁନ୍ଦରାୟ ଓ ବହୁ ଯୁବକ ସାମିଲ ହୋଇଥିଲେ।
ସୁର ରାଉତରାୟଙ୍କ ଜୟନ୍ତୀ ସମାରୋହ
‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ୫୦ ୟୁନିଟ୍ ରକ୍ତ ସଂଗ୍ରହ
/sambad/media/post_attachments/wp-content/uploads/2018/08/lingaraj-sura-bhai-jayanti-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)