ଭୁବନେଶ୍ବର : ଲଗାତର ତିନି ଥର ଜଟଣୀରେ ନିର୍ବାଚନ ଲଢ଼ି ହାରିଥିବା କଂଗ୍ରେସର ସୁରେଶ କୁମାର ରାଉତରାୟ ଏଥର ବାଜି ମାରି ନେଇଛନ୍ତି। ସେ ବିଜେଡି ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କୁ ୭,୫୨୨ଖଣ୍ଡ ଭୋଟ୍ରେ ହରାଇଛନ୍ତି। ସୁରଙ୍କୁ ୬୮୮୪୧ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଭୂତିଙ୍କୁ ୬୧୩୧୯ଖଣ୍ଡ ଭୋଟ୍ ମିଳିଛି। ବିଜେପି ପ୍ରାର୍ଥୀ ବିଶ୍ବରଂଜନ ବଡ଼ଜେନାଙ୍କୁ ୨୬୧୬୦ଖଣ୍ଡ ଭୋଟ୍ ମିଳିଛି।
୨୦୦୪ ପରଠାରୁ ବିଜୟ ସ୍ବାଦ ଚାଖି ନଥିବା ସୁର କିନ୍ତୁ ଜଟଣୀ ରାଜନୀତିରେ ସକ୍ରିୟ ଥିଲେ। ଏଥର ତାଙ୍କର ଶେଷ ନିର୍ବାଚନ କହି େସ ଭୋଟ୍ ପ୍ରଚାର କରିଥିବାବେଳେ ଜଟଣୀବାସୀଙ୍କ ସହାନୁଭୂତି ଏଠାରେ ବିଜେଡି ହାୱାକୁ ମାତ୍ ଦେଲା ବୋଲି କୁହାଯାଉଛି। ଲୋକଙ୍କ ବିଧାୟକ ନଥାଇ ବି ଲୋକଙ୍କ ସୁଖଦୁଃଖରେ ଛିଡ଼ା ହେବାର ପୁରସ୍କାର ସୁରଙ୍କୁ ମିଳିଛି। କଂଗ୍ରେସର ବହୁ ପୁରୁଣା ନେତା ଏଥର ନିର୍ବାଚନ ହାରି ଯାଇଥିବାବେଳେ ସୁରଙ୍କ ବିଜୟ ଦଳ ପାଇଁ ଆଶ୍ବସ୍ତି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/m16-3.jpg)