ଗୃହରେ କଳିଙ୍ଗ ଷ୍ଟାଡିୟମ୍ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ପ୍ରଶଂସା କଲେ ସୁର ରାଉତରାୟ

ଭୁବନେଶ୍ବର: ବିଧାନସଭାରେ ପ୍ରଶ୍ନକାଳରେ ଭାଗ ନେଇ କଳିଙ୍ଗ ଷ୍ଟାଡିୟମ୍ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ଭୂରି ଭୂରି ପ୍ରଶଂସା କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ସେ କହିଛନ୍ତି ଯେ ପୂର୍ବାପେକ୍ଷା ବହୁତ୍ ବିକାଶ ହୋଇଛି। ଏଣିକି ଆନ୍ତର୍ଜାତୀୟ ମ୍ୟାଚ୍ ଆସିବ। ଦଳମତ ନିର୍ବିଶେଷରେ ପ୍ରଶଂସା କରିବା ଉଚିତ। ଏହା ସହ ୫ଟି ଅଧୀନରେ ପୁରୀ ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର, ସମଲେଶ୍ଵରୀ ମନ୍ଦିର ସହ ଧାର୍ମିକ ଅନୁଷ୍ଠାନର ବିକାଶକୁ ବି ପ୍ରଶଂସା କରିଛନ୍ତି ସୁର ରାଉତ ରାୟ। ୫ଟି ସଚିବଙ୍କୁ ବି ସେ ପ୍ରଶଂସା କରିଛନ୍ତି। କିନ୍ତୁ ଧଉଳିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ଧଉଳି ବିକାଶ ଭୁଲି ଯାଉଛନ୍ତି। ଧଉଳି ସହ କେଦାରଗୌରୀ ବିକାଶ ପାଇଁ ଦାବି କରିଛନ୍ତି ସୁର ରାଉତ ରାୟ।

ଏହାର ଉତ୍ତରରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନ ପାତ୍ର କହିଛନ୍ତି ଯେ ଧଉଳିର ଐତିହାସିକ ପୃଷ୍ଠଭୂମିକୁ ଭୁଲି ନାହାଁନ୍ତି ରାଜ୍ୟ ସରକାର। ଧଉଳି ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଉଛି। ଖୁବ୍ ଶୀଘ୍ର ମାଷ୍ଟର ପ୍ଲାନ୍ ଶେଷ ହେବା ପରେ ବିକାଶ କାର୍ଯ ଆରମ୍ଭ ହେବ।

ସମ୍ବନ୍ଧିତ ଖବର