ଚନ୍ଦ୍ରଶେଖରପୁର: ମହିଳା ଦିବସ ପାଳନ କରିବା ପାଇଁ କିଛି ସ୍ୱତନ୍ତ୍ର ଦିନର ଆବଶ୍ୟକତା ନାହିଁ। କାରଣ ସବୁଦିନ ମହିଳା ଦିବସ ବୋଲି ମାନସିକତାରେ ପରିବର୍ତ୍ତନ ଆଣିବା ଦରକାର। ଜଣେ ନାରୀ ଗୃହିଣୀ ହେଉ କିମ୍ବା ଚାକିରିଆ, ସବୁ କ୍ଷେତ୍ରରେ ସେ ତା’ର ପରିବାର ପ୍ରତି କର୍ତବ୍ୟ ପାଳନ କରି ଆଗକୁ ବଢ଼ିଥାଏ। ତେଣୁ ଆଜିର ନାରୀ ଆଉ ଆହା ଉପରେ ନିର୍ଭରଶୀଳ ନୁହନ୍ତି। ସେମାନେ ପୁରୁଷଙ୍କ ଭଳି ସବୁ କିଛି କାର୍ଯ୍ୟ କରିପାରୁଛନ୍ତି। ଏମିତି ଅଭିଭାଷଣ ଦେଇ ଉପସ୍ଥିତ ମହିଳାଙ୍କ ମନୋବଳ ଦୃଢ଼ କରିଥିଲେ ‘ସମ୍ବାଦ’ ଗ୍ରୁପ୍ର ପରିଚାଳନା ନିର୍ଦେଶିକା ମୋନିକା ନୈୟର୍ ପଟ୍ଟନାୟକ। ଚନ୍ଦ୍ରଶେଖରପୁରସ୍ଥିତ ଲୁମ୍ବିନି ବିହାର ପୋଖରୀ ନିକଟରେ ସାମାଜିକ ଅନୁଷ୍ଠାନ ‘ସୁରକ୍ଷା’ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀମତୀ ପଟ୍ଟନାୟକ ସ୍ଥାନୀୟ ଦକ୍ଷ ଓ ସାମାଜିକ କାର୍ଯ୍ୟରେ ସୁନାମ ଅର୍ଜନ କରିଥିବା ମହିଳାମାନଙ୍କୁ ସମ୍ମାନିତ କରିଥିଲେ। ସଭାରେ ଚନ୍ଦ୍ରଶେଖର ବହିଦାର, ରିନା ରାଉତରାୟ, ବିଶ୍ୱନାଥ ମହାନ୍ତି, ପପୁ ମହାନ୍ତି, ମିଲି ରଣା ଓ ନିବେଦିତା ଲେଙ୍କା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗରେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ କିଛି ମହିଳାଙ୍କୁ ସମ୍ମାନିତ କରିଥିଲେ।
ଆଜିର ନାରୀ ଆଉ ଆହା ଉପରେ ନିର୍ଭରଶୀଳ ନୁହନ୍ତି
‘ସୁରକ୍ଷା’ ପକ୍ଷରୁ ବିଶ୍ୱ ମହିଳା ଦିବସ
/sambad/media/post_attachments/wp-content/uploads/2018/03/Madhu-Surakhaya-Pakhaya-ru-Womens-day5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)