ଭୁବନେଶ୍ବର: ବିଶ୍ୱଭାରତୀ ଶାନ୍ତିନିକେତନ ଓଡ଼ିଆ ବିଭାଗରେ ସୁରେନ୍ଦ୍ର ମହାନ୍ତିଙ୍କର ଜନ୍ମ ଶତବାର୍ଷିକୀ ଉପଲକ୍ଷେ ‘ସୁରେନ୍ଦ୍ର ସ୍ମରଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ କଥାକାର ଗୌରହରି ଦାସ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ସୁରେନ୍ଦ୍ର ମହାନ୍ତିଙ୍କର ବ୍ୟକ୍ତିଗତ ଜୀବନ ଓ ସାରସ୍ୱତ ଜୀବନର ବହୁ ଉଲ୍ଲେଖନୀୟ ଦିଗ ସଂପର୍କରେ ଚର୍ଚ୍ଚା କରିଥିଲେ। ବିଭାଗ ମୁଖ୍ୟ ତଥା ସଭାପତି ପ୍ରଫେସର୍ ସବିତା ପ୍ରଧାନ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ପ୍ରଫେସର୍ ମନୋରଂଜନ ପ୍ରଧାନ ସଂଚାଳକ ରୂପେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଶରତ କୁମାର ଜେନା ଧନ୍ୟବାଦ ଦେଇଥିଲେ। ଉଦ୍ଘାଟନ ଉତ୍ସବ ପରେ ବିଭିନ୍ନ ଶୈକ୍ଷିକ ଅଧିବେଶନରେ ପ୍ରମିଳା ପାଟୁଳିଆ, ଶରତ କୁମାର ଜେନା ଏବଂ ରବୀନ୍ଦ୍ର କୁମାର ଦାସଙ୍କ ସଭାପତିତ୍ବରେ ବର୍ଷା ମିଶ୍ର, ଗୌରୀ ନାଗ, ସୀମାଞ୍ଚଳ ପାତ୍ର, ଗୀତାରାଣୀ ବିଷୋୟୀ, ସୁବାସ ଚନ୍ଦ୍ର ଭୋଇ, ଲିପ୍ତିମୟୀ ବେହେରା, ଦେବାଶିଷ ପ୍ରଧାନ, ସୋନାଲି ସ୍ବାଇଁ, ଭୂପତି ମହାନ୍ତ, ସୌମ୍ୟଜିତ ପଣ୍ଡା, ଲିପ୍ସା ବେହେରା, ସିପନ ସାହୁ, ସସ୍ମିତା ନାଥଶର୍ମା, ସରୋଜ ବିଷୋୟୀ, ସନ୍ତୋଷ ଦାଶ, ରଶ୍ମିତା ସାହୁ, ଆକାଶ ସିଂହ ଏବଂ ବିଭୂତି ପ୍ରଧାନ ପ୍ରବନ୍ଧ ପାଠ କରିଥିଲେ। ଉଦ୍ଯାପନୀ ଉତ୍ସବରେ ପାଠଚକ୍ର ବିବରଣୀ ପ୍ରଦାନ କରିଥିଲେ ଗବେଷକ ଦୀପୁନ ପୁହାଣ। ସୁରେନ୍ଦ୍ର ମହାନ୍ତିଙ୍କ ସହ ବ୍ୟକ୍ତିଗତ ସଂପର୍କ ତଥା ସୁରେନ୍ଦ୍ର ସାହିତ୍ୟର ବିବିଧ ଦିଗ ଉପରେ ଆଲୋକପାତ କରିଥିଲେ ପ୍ରଫେସର୍ ମନୋରଞ୍ଜନ ପ୍ରଧାନ। ସଭାପତି ଅଭିଭାଷଣରେ ସୁରେନ୍ଦ୍ର ସାହିତ୍ୟର ବୈଶିଷ୍ଟ୍ୟ ଦର୍ଶାଇଥିଲେ ପ୍ରଫେସର୍ ସବିତା ପ୍ରଧାନ। ଶେଷରେ ସଂପାଦକ ଦେବାଶିଷ ମହାରଣା ଧନ୍ୟବାଦ ଦେଇଥିଲେ।