ବିସ୍ମୟ ବାଳିକା ସାଇନା

ବାଲିଅନ୍ତା: ବୟସ ମାତ୍ର ୪ ବର୍ଷ। ଏତେ କମ୍‌ ବୟସରେ ଧର୍ମଗ୍ରନ୍ଥଠାରୁ ଆରମ୍ଭ କରି ପୁରାଣ, ସଂସ୍କୃତ, ଶ୍ଳୋକ, ଗୀତ, ସାଧାରଣ ଜ୍ଞାନ ହେଉ ଅବା ରାଜନୀତି; ଯେକୌଣସି ବିଷୟରେ ପ୍ରଶ୍ନ ପଚାରୁ ପଚାରୁ ଉତ୍ତର ବାହାରି ଆସୁଛି ତାଙ୍କ ମୁହଁରୁ। କଅଁଳ ବୟସରେ ଏହି ବିଚକ୍ଷଣ ପ୍ରତିଭାର ଅଧିକାରୀ ହେଲେ ବାଲିଅନ୍ତା ବ୍ଲକ ଭିଙ୍ଗାରପୁର ପଞ୍ଚାୟତ ଅଧୀନ ରାମଚନ୍ଦ୍ରପୁର ଗ୍ରାମର ବିଶ୍ବରଂଜନ ଦାଶ ଓ ସୁଜାତା ଦାଶଙ୍କ ଏକମାତ୍ର ଝିଅ ସାଇନା। ଗତ ୭ ମାସ ମଧ୍ୟରେ ସାଇନା ୭୦୦ରୁ ଅଧିକ ପ୍ରଶ୍ନର ଉତ୍ତର ମୁଖସ୍ଥ କରି ସାରିଥିବା ଜଣାପଡ଼ିଛି। କେବଳ ନିଜ ଅଞ୍ଚଳ କି ଦେଶ ବାବଦରେ ନୁହେଁ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିର ଇତିହାସ ସଂପର୍କରେ ମଧ୍ୟ ଅନେକ ପ୍ରଶ୍ନର ଉତ୍ତର ଦେଇପାରୁଛନ୍ତି ସାଇନା। ତାଙ୍କର ଏହି ପ୍ରତିଭା ସଂପର୍କରେ ଜାଣି ପାରି ମା’ ସୁଜାତା ଏନେଇ ତାଙ୍କୁ ପ୍ରସ୍ତୁତ କରିଥିଲେ।

ସମ୍ବନ୍ଧିତ ଖବର