ସୃଷ୍ଟି ଏକାଡେମି ଡେଭଲପମେଣ୍ଟ ଫାଉଣ୍ଡେସନ୍‌ ଖୋଲିଲା

ଭୁବନେଶ୍ବର: ସୃଷ୍ଟି ଏକାଡେମି ଡେଭଲପମେଣ୍ଟ ଫାଉଣ୍ଡେସନ୍‌ର ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମହିଳା ଓ ଶିଶୁ ବିକାଶ ଏବଂ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏହାକୁ ଉଦ୍‌ଘାଟନ କରିଛନ୍ତି। ଭାରତ ସରକାରଙ୍କ କମ୍ପାନି ଆକ୍ଟ ଦ୍ବାରା ସେକ୍‌ସନ-୮ କମ୍ପାନି ଭାବେ ଏହା ପଞ୍ଜୀକୃତ ହୋଇଛି। ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଷ୍ଟାର୍ଟ ଅପ୍‌ ଉଦ୍ୟୋଗୀଙ୍କୁ ତାଲିମ୍‌, ପ୍ରୋତ୍ସାହନ ଓ ସହଯୋଗ ପ୍ରଦାନ କରିବା ସହ ସରକାରଙ୍କର ଷ୍ଟାର୍ଟଅପ୍ କ୍ଷେତ୍ରରେ ଥିବା ପ୍ରୋତ୍ସାହନ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ସହ ପରିଚିତ କରାଇବ। ଏହି କାର୍ଯ୍ୟକ୍ରମରେ ମେକାମ୍‌ ଇଣ୍ଡଷ୍ଟ୍ରିଜ୍‌ର ନିର୍ଦ୍ଦେଶକ ଜେ.କେ ରଥ, ଆଇଏଏସ୍‌ ପ୍ରଣବ ଜ୍ୟୋତିନାଥ, ଇଡିଆଇର ଆଞ୍ଚଳିକ ସଂଯୋଜକ ସି.ଆର୍‌ ପଟ୍ଟନାୟକ, ଓବିପିଓ ସଲ୍ୟୁସନ୍‌ ଷ୍ଟାର୍ଟ ଅପ୍‌ ସଂସ୍ଥାର ଅଧ୍ୟକ୍ଷ ଜେ.ବି ପାଣି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ୨୫ରୁ ଅଧିକ ଷ୍ଟାର୍ଟ ଅପ୍ ସଂସ୍ଥା ଯୋଗଦେଇଥିଲେ। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୃଷ୍ଟି ଏକାଡେମିର ମୁଖ୍ୟ ସରୋଜ ସାହୁ, ସୃଷ୍ଟି ଏକାଡେମିର ଅଧ୍ୟାପକ ଦିବ୍ୟଜ୍ୟୋତି ମହାପାତ୍ର ଓ ଜିତେନ୍ଦୁ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର