ଭୁବନେଶ୍ବର : ରାଜଧାନୀର ବିଭିନ୍ନ ବସ୍ତିରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଏମ୍‌ସି ପକ୍ଷରୁ ବସ୍ତିରେ ସର୍ଭେଲାନ୍ସ ବଢ଼ାଇ ଦିଆଯାଇଛି। ପ୍ରାୟ ଦୁଇ ସପ୍ତାହ ତଳେ ସମସ୍ତ ବସ୍ତିରେ ପ୍ରଥମ ପର୍ଯ୍ୟାୟ ଥର୍ମାଲ୍‌ ସ୍କ୍ରିନିଂ ଶେଷ ହୋଇଥିବା ବେଳେ ଏବେ ଦ୍ବିତୀୟ ପର୍ଯ୍ୟାୟ ଥର୍ମାଲ୍ ସ୍କ୍ରିନିଂ ଆରମ୍ଭ ହୋଇଛି।

Advertisment

ବସ୍ତିରେ କିଏ ବାହାର ରାଜ୍ୟରୁ କିମ୍ବା ବାହାର ଜିଲ୍ଲାରୁ ଆସିଛନ୍ତି କି ନାହିଁ, ତାହା ପଚାରିବା ସହ ଘରେ କାହାକୁ ଥଣ୍ଡା, ଜ୍ବର, ଝାଡ଼ା ହେଉଛି କି, କିଏ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି କି? ଏହିଭଳି ପ୍ରଶ୍ନ ପଚାରୁଛନ୍ତି। ଘରର ସବୁ ସଦସ୍ୟଙ୍କର ତାଲିକା କରିବା ସହ ସମସ୍ତଙ୍କର ସବିଶେଷ ତଥ୍ୟ ରଖାଯାଉଛି। ଯେଉଁମାନଙ୍କର କିଛି ଲକ୍ଷଣ ଦେଖାଯାଉଛି, ସେମାନଙ୍କର ତୁରନ୍ତ କୋଭିଡ୍‌ ପରୀକ୍ଷା କରାଯାଉଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ପ୍ରତି ବସ୍ତିରେ ସର୍ଭେଲାନ୍ସ ପାଇଁ ଅଙ୍ଗନୱାଡି ଓ ଆଶା କର୍ମୀ ନିୟୋଜିତ ହୋଇଛନ୍ତି। ସେହିପରି ରାଜଧାନୀରେ ଗୃହ ସଙ୍ଗରୋଧରେ ରହୁଥିବା ପ୍ରତି ଆକ୍ରାନ୍ତଙ୍କୁ ଯେପରି ଠିକ୍ ସମୟରେ ଔଷଧ ମିଳିବ, ଡାକ୍ତରା ପରାମର୍ଶ ଦିଆଯିବ ସେଥିପାଇଁ ରାପିଡ୍‌ ରେସ୍ପନ୍ସ ଟିମ୍ ପ୍ରତି ଆକ୍ରାନ୍ତଙ୍କ ଘରକୁ ଯାଉଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।