ପୁରୁଣା ଭୁବନେଶ୍ବର : ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରେ ଆଜି ମିଳିତ ସର୍ଭେ କରାଯାଇଛି। ସ୍ଥିତିବାନ ଜମି ମାଲିକଙ୍କୁ କ୍ଷତିପୂରଣ ବାବଦ କେତେ ଟଙ୍କା ପ୍ରଦାନ ହେବ ଓ ରାସ୍ତାର ଚଉଡ଼ା କେତେ ରହିବ ସେନେଇ ସର୍ଭେ କରାଯାଇଛି। ୩ଟି ଟିମ୍ କରାଯାଇ ମନ୍ଦିର ଚାରିପଟେ ସର୍ଭେ କରାଯାଇଛି। ବଡ଼ୁ ନିଯୋଗ ନିକଟରେ ସର୍ଭେ ବେଳେ ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ସାମିଲ ହୋଇଥିଲେ। ଅପରାହ୍ଣରେ ଶ୍ରୀଲିଙ୍ଗରାଜ ମନ୍ଦିର ପଶ୍ଚିମ-ଉତ୍ତରଦ୍ବାର କୋଣରୁ ଆରମ୍ଭ ହୋଇଥିବା ଏହି ସର୍ଭେ ମନ୍ଦିର ଚାରିପଟ ହୋଇଥିଲା। ବଡ଼ୁ ନିଯୋଗ ନିକଟରେ ଏକ ମଣ୍ଡପ କରାଯିବ ବୋଲି ଶ୍ରୀ ଚୌଧରୀ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ବଢ଼େଇବାଙ୍କ ଛକ ନିକଟରେ ଦେବୋତ୍ତର ବିଭାଗ ଅନୁମତି ଅଣାଯାଇ ଏକ ବୈଠକ ଘର କରାଯିବ ବୋଲି ଶ୍ରୀ ଚୌଧରୀ କହିଥିଲେ। ଅନ୍ୟ ଦୁଇ ଟିମ୍ ହସ୍ପିଟାଲ ପଛ, ଉତ୍ତର ଦ୍ବାର ପାର୍ଶ୍ବ ସର୍ଭେ କରିଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା, ବିଏମ୍ସି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ, ବିଡିଏ ଅତିରିକ୍ତ କମିସନର ହରୀଶ ନାୟକ, ମନ୍ଦିର ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ଦାଶ ଉପସ୍ଥିତ ଥିଲେ।
ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟ ସର୍ଭେ
/sambad/media/post_attachments/wp-content/uploads/2019/12/lingaraj-temple.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)