ଭୁବନେଶ୍ବର : କରୋନା ଆକ୍ରାନ୍ତଙ୍କ ପାଇଁ ସିଲ୍ ହୋଇଥିବା ସୂର୍ଯ୍ୟନଗର ଅଞ୍ଚଳରୁ ଆଜି ଅଣସଂକ୍ରମିତ ଅଞ୍ଚଳ ଘୋଷଣା କରାଯାଇଛି। ହେଲେ ପୂରା ଅଞ୍ଚଳ ଅଣସଂକ୍ରମିତ ଅଞ୍ଚଳ ଘୋଷଣା ହୋଇନି। ପୂର୍ବରୁ ଯେଉଁ ଅଞ୍ଚଳ ସିଲ୍ ହୋଇଥିଲା ସେଥିରୁ କିଛି ଅଂଶରୁ ବ୍ୟାରିକେଡ୍ ଖୋଲି ଦିଆଯାଇଥିବାବେଳେ ଆଉ କିଛି ନୂଆ ଜାଗାକୁ ସିଲ୍ କରିଦିଆଯାଇଛି। ମଙ୍ଗଳବାର ବିଏମ୍ସି ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଏନ୍ସିସି ଅଫିସ ଠାରୁ ଆରମ୍ଭ କରି ମମତାଜ୍ ଅଲ୍ଲୀ ଗଳି ହୋଇ ନାସନାଲ୍ ପ୍ରଡକ୍ଟିଭ୍ କାଉନସିଲ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ, ନାସନାଲ୍ ପ୍ରଡକ୍ଟିଭ୍ କାଉନସିଲ୍ରୁ ସୂର୍ଯ୍ୟ କମ୍ପ୍ଲେକ୍ସ, ସୂର୍ଯ୍ୟ କମ୍ପ୍ଲେକ୍ସରୁ ଏନ୍ସିସି ଅଫିସ ପର୍ଯ୍ୟନ୍ତ ଅଞ୍ଚଳକୁ ସିଲ୍ କରାଯାଇଛି। ଏହି ଅଞ୍ଚଳରେ କରୋନା ଆକ୍ରାନ୍ତ ଥିବାରୁ ଏହି ଅଞ୍ଚଳକୁ ସିଲ୍ କରାଯାଇଛି। ଯେଉଁଠି କରୋନା ଆକ୍ରାନ୍ତ ସୁସ୍ଥ ହୋଇଯାଇଛନ୍ତି ଓ ନମୁନା ନେଗେଟିଭ୍ ଆସିଛି ସେହି ଅଞ୍ଚଳରୁ ସିଲ୍ ଖୋଲିଦିଆଯାଇଛି।
ନୀଳାଦ୍ରିନଗରରେ ୧୦୦ ପରିବାର ହେଲେ ସଙ୍ଗରୋଧ
ଭୁବନେଶ୍ବର : କେଶୁରା ଛକ ନିକଟରେ ଥିବା ନୀଳାଦ୍ରିନଗରରୁ ୫ଜଣ କରୋନା ଆକ୍ରାନ୍ତ ବାହାରିବା ପରେ ବି ଏହି ଅଞ୍ଚଳ ସିଲ୍ ହୋଇନି। ପୂର୍ବରୁ ୪ଜଣ ଗୋଟିଏ ପରିବାରରୁ ବାହାରିଥିବା ବେଳେ ଏଥିରୁ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ବି ପ୍ରଶାସନ ଏହି ଅଞ୍ଚଳକୁ ସିଲ୍ କଲାନି କି ବିଶୋଧନ କରିନଥିଲା। ମଙ୍ଗଳବାର ନୀଳାଦ୍ରିନଗରରୁ ଏହି ଅଞ୍ଚଳର ୫ମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଲୋକ ଛାନିଆ ହୋଇଯାଇଥିଲେ। ସ୍ଥାନୀୟ ଲୋକ ଏନେଇ ବିଏମ୍ସି ନିକଟରେ ଅଭିଯୋଗ କରିବା ପରେ ଆଜି ବିଏମ୍ସି ପକ୍ଷରୁ ଅଗ୍ନିଶମ ବିଭାଗ ସହାୟତାରେ ଏହି ଅଞ୍ଚଳକୁ ବିଶୋଧନ କରାଯାଇଛି। ସେହିପରି ଏଠାରେ ରହୁଥିବା ୧୦୦ ପରିବାରରକୁ ସଙ୍ଗରୋଧ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଠାରେ ୫୦୦ ଲୋକ ରହୁଥିବାବେଳେ କେହି ଘରୁ ନବାହାରିବାକୁ କୁହାଯାଇଛି। ସମସ୍ତଙ୍କ ଘର ଆଗରେ ସଙ୍ଗରୋଧ ନୋଟିସ୍ ଲଗାଯାଇଛି। ହେଲେ ବିଏମ୍ସିର କାର୍ଯ୍ୟ ନେଇ ସ୍ଥାନୀୟ ଲୋକ ପ୍ରଶ୍ନ ଉଠାଇଛନ୍ତି। ସ୍ଥାନୀୟ ଲୋକ କହିଛନ୍ତି ଯେ, ବିଏମ୍ସି ଏହି ଅଞ୍ଚଳକୁ ସିଲ୍ ନକଲେ ଲୋକ ସଙ୍ଗରୋଧରେ ଘରେ ରହିବେନି। ବିଭିନ୍ନ ସ୍ଥାନକୁ ଯିବେ, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ। ତେଣୁ ଏହି ଅଞ୍ଚଳକୁ ସିଲ୍ କରିବା ଦରକାର। ପ୍ରଶାସନ ସମସ୍ତ ଲୋକଙ୍କର ନମୁନା ସଂଗ୍ରହ କରି ପରୀକ୍ଷା କରୁ। ପ୍ରଥମରୁ ଯଦି ବିଏମ୍ସି ଏହି ଅଞ୍ଚଳକୁ ସିଲ୍ କରିଥାନ୍ତା ତେବେ ଲୋକମାନେ ଭୟରେ ନଥାନ୍ତେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Revised-Surya-Nagar-Containment-Zone_Thumbnail-1-750x430-1.jpg)