ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ସନ୍ଦେହ, ମାଲିକ ଘର ସମ୍ମୁଖରେ ଧାରଣା

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ଜଣେ ଗାଡ଼ି ଚାଳକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହାପରେ ପରିବାର ଲୋକେ ମାଲିକ ଘର ସମ୍ମୁଖରେ  ମୃତଦେହ ରଖି ଧାରଣା ଦେଇଛନ୍ତି। ନୟାପଲ୍ଲୀ ନୂଆସାହିରେ ଧାରଣା ଦେଇଛନ୍ତି ପରିବାର ଲୋକେ।

ସୂଚନା ଅନୁଯାୟୀ, ମୃତକ ହେଲେ ଶଙ୍କର ମହାରଣା। ନୟାପଲ୍ଲୀ କୃଷ୍ଣ କଲ୍ୟାଣ ନଗର ବସ୍ତିରେ ସେ ସପରିବାରେ ରହୁଥିଲେ। ଶଙ୍କର ଗତ ବୁଧବାର ଗାଡ଼ି ମାଲିକଙ୍କୁ ସାଙ୍ଗରେ ନେଇ ଯଶିପୁର ଯାଇଥିଲେ। ଶୁକ୍ରବାର ଶଙ୍କର ଫୋନ ନ ଉଠାଇବାରୁ ପରିବାରର ସନ୍ଦେହ ବଢିଥିଲା। ଗାଡ଼ି ମାଲିକ ଶଙ୍କରଙ୍କୁ ହତ୍ଯା କରିଥିବା ସନ୍ଦେହ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର