ବାଲିପାଟଣା : ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ

ବାଲିପାଟଣା : ବାଲିପାଟଣା ଥାନା ମୁଣ୍ଡହଣାପାଟଣା ଗ୍ରାମରେ ଜଣେ ନବବିବାହିତାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ସେ ବେକରେ ରଶି ଦେଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି। ଅପରପକ୍ଷରେ ଏହି ମୃତ୍ୟୁକୁ ପରିବାର ଲୋକେ ଲୁଚାଇବାକୁ ଚାହୁଥିବା ବେଳେ ରାତି ପ୍ରାୟ ୮ଟା ବେଳେ ଘଟଣା ଜଣାପଡ଼ିଥିଲା। ହେଲେ ଏ ନେଇ ଥାନାରେ ଅଭିଯୋଗ ହୋଇନାହିଁ। ଅଭିଯୋଗ ପାଇଲେ ଘଟଣାସ୍ଥଳକୁ ଯିବ ବୋଲି କହି ବାଲିପାଟଣା ଥାନା ପୁଲିସ ଚୁପ୍‌ ବସିଥିବା ବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମୃତଦେହ ପଡ଼ିରହିଛି। ମିଳିଥିବା ସୂଚନା ମୁତାବକ, ମୁଣ୍ଡହଣା ଗ୍ରାମର ହରି ଦାସଙ୍କ ପୁଅ ମିଟୁ ସ୍ଥାନୀୟ ନୂଆପାଟଣା ଗ୍ରାମରେ ଅଢ଼େଇ ବର୍ଷ ତଳେ ବର୍ଷାଙ୍କୁ ପ୍ରେମ ବିବାହ କରିଥିଲେ। ୨ ଦିନ ପୂର୍ବରୁ ସ୍ୱାମୀ ଏବଂ ସ୍ତ୍ରୀ ପୁରୀ ବୁଲିବାକୁ ଯାଇଥିଲେ। ହେଲେ ଆଜି ଅପରାହ୍‌ଣରେ ହଠାତ ବର୍ଷା ଆତ୍ମହତ୍ୟା କରିଥିବା ଶୁଣିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର