ମା’ର ଚରିତ୍ରକୁ ସନ୍ଦେହ କରି ଝିଅ ଥାନାର ଦ୍ବାରସ୍ଥ

ଚନ୍ଦ୍ରଶେଖରପୁର: ମା’ର ଚରିତ୍ରକୁ ସନ୍ଦେହ କରି ଆଜି ଜଣେ ନାବାଳିକା ଚନ୍ଦ୍ରଶେଖରପୁର ଥାନାର ଦ୍ବାରସ୍ଥ ହୋଇଛି। ନାବାଳିକାର ଅଭିଯୋଗ ଅନୁଯାୟୀ, ତା’ ମା’ ବିଭିନ୍ନ ପୁରୁଷ ବନ୍ଧୁଙ୍କୁ ଘରକୁ ଡାକି ଅନୈତିକ ସଂପର୍କ ରଖିବା ସହ ତାକୁ ମଧ୍ୟ ସେମାନଙ୍କ ସହ ମିଳାମିଶା କରିବାକୁ ବାଧ୍ୟ କରୁଛି। ଏପରି ସ୍ଥିତିରେ ସେ ଓ ତା’ ସାନ ଭାଇ ଘରେ ସୁରକ୍ଷିତ ନୁହନ୍ତି। ଏପରି ଅଭିଯୋଗ ପାଇବା ପରେ ପୁଲିସ ଦୁହିଁଙ୍କୁ ଆଶ୍ରୟସ୍ଥଳରେ ଛାଡ଼ିବା ପାଇଁ ଯୋଜନା କରୁଛି। ଉଭୟଙ୍କୁ କାଉନସେଲିଂ କରାଯିବା ପରେ ଆସନ୍ତାକାଲି ଆଶ୍ରୟସ୍ଥଳକୁ ପଠାଯିବ ବୋଲି ସୂଚନା ମିଳିଛି।

ଅପରପକ୍ଷେ ନାବାଳିକାର ମା’ ମଧ୍ୟ କିଛି ଦିନ ତଳେ ଝିଅ ବିରୋଧରେ ଥାନା‌ର ଦ୍ବାରସ୍ଥ ହୋଇଥିଲେ। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ବାମୀ ୮ ବର୍ଷ ହେବ ଜେଲରେ ଅଛନ୍ତି। ତାଙ୍କ ସ୍ବାମୀଙ୍କର ଜଣେ ବନ୍ଧୁ ବାରମ୍ବାର ତାଙ୍କ ଘରକୁ ଆସି ବିଭିନ୍ନ ପ୍ରକାର ସାହଯ୍ୟ ସହଯୋଗ କରୁଥିଲେ। ତେବେ ଏହି ସୁଯୋଗରେ ସେ ତାଙ୍କ ଝିଅକୁ ପ୍ରେମ ଜାଲରେ ଫସାଇ ଅନୈତିକ ସଂପର୍କ ରଖୁଛି। ବିରୋଧ କରିବାରୁ ବ୍ୟକ୍ତିଜଣଙ୍କ ମା’ ବିରୋଧରେ ଝିଅକୁ ମତାଇ ତାଙ୍କ ପରିବାରକୁ ଭାଙ୍ଗିଦେବାକୁ ଚେଷ୍ଟା କରୁଛି।

ସମ୍ବନ୍ଧିତ ଖବର