ଭୁବନେଶ୍ବର: ହୋଟେଲ ଲେମନ୍‌ ଟ୍ରିରେ ସୂତ୍ର ପକ୍ଷରୁ ମହିଳାମାନଙ୍କର ବସ୍ତ୍ର ଓ ଅଳଙ୍କାର ପ୍ରଦର୍ଶନୀ ଆରମ୍ଭ ହୋଇଛି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ବିଭିନ୍ନ ପ୍ରକାର ବସ୍ତ୍ର, ଅଳଙ୍କାର, ଶାଢ଼ି, କୁର୍ତ୍ତା ଆଦି ଫ୍ୟାସନ୍ ସାମଗ୍ରୀ ପ୍ରଦର୍ଶନ ସହିତ ବିକ୍ରି ହେଉଛି।

Advertisment

ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ବ୍ରାଣ୍ଡେଡ୍‌ ବୁଟିକ୍, ମହିଳାଙ୍କ ପୋଷାକ ସହ ମନଲୋଭା ଅଳଙ୍କାର ଉପଲବ୍‌ଧ ହେଉଛି। ପ୍ରଦର୍ଶନୀରେ ଖାସ୍‌ କରି ମହିଳା ଓ ଯୁବତୀମାନଙ୍କ ପାଇଁ ଦେଶର ବଛାବଛା ଫ୍ୟାସନ୍ ଡିଜାଇନର୍‌ଙ୍କ ଦ୍ବାରା ତିଆରି ଭଳିକିଭଳି ପୋଷାକ ରହିଛି। ବିଭିନ୍ନ ରାଜ୍ୟର ପ୍ରତିଷ୍ଠିତ ବସ୍ତ୍ର ବ୍ୟବସାୟୀମାନେ ଏଥିରେ ଯୋଗଦେଇ ବେଶ୍‌ ଭଲ ବ୍ୟବସାୟ କରୁଥିବା ଆୟୋଜକ ସଂସ୍ଥା ପକ୍ଷରୁ ସୂଚନା ଦେଇଛନ୍ତି। ସୂତ୍ର ଏହିଭଳି ବିଭିନ୍ନ ପ୍ରତିଷ୍ଠିତ ବସ୍ତ୍ର ବ୍ୟବସାୟୀମାନଙ୍କୁ ନେଇ ଦେଶର ଭିନ୍ନ ଭିନ୍ନ ସହ‌ରରେ ଥିବା ତାରକା ହୋଟେଲରେ ପ୍ରଦର୍ଶନୀ କରିଥାଏ।