ଆରମ୍ଭ ହେଲା ସୂତ୍ର ପ୍ରଦର୍ଶନୀ

ଭୁବନେଶ୍ବର: ରାଜଧାନୀବାସୀଙ୍କୁ ଅତ୍ୟାଧୁନିକ ଫେସନ୍‌ ଓ ଡିଜାଇନର୍‌ ପୋଷାକ ତଥା ସାମଗ୍ରୀ ଯୋଗାଇ ଦେବା ଉଦ୍ଦେଶ୍ୟରେ ଆଜିଠାରୁ ଆରମ୍ଭ ହୋଇଯାଇଛି ୧୭ତମ ଭାରତୀୟ ଫେସନ୍‌ ପ୍ରଦର୍ଶନୀ ‘ସୂତ୍ର’। ହୋଟେଲ ପାଲ୍‌ ହାଇଟ୍‌ସ୍‌ଠାରେ ଆୟୋଜିତ ଏହି ପ୍ରଦର୍ଶନୀ ଏଥର ନେଇ ଆସିଛି ବସନ୍ତ ଓ ଗ୍ରୀଷ୍ମ ଋତୁର ଫେସନ ସମ୍ଭାର। ଏଥିରେ ମହିଳାମାନଙ୍କ ପାଇଁ ଏଥିନିକ୍‌ ଓୟାର‌୍‌ କଲେକ୍‌ସନ୍‌ ଲେହେଙ୍ଗା, ଶାଢ଼ି, ସାଲ୍‌ଵାର‌୍‌, ସୁଟ୍‌ସ୍‌ ଓ ଦୁପଟା ସହ ବିଭିନ୍ନ କିସମର ଜୋତା, ଚପଲ ଓ ବ୍ୟାଗ୍‌ ସହ ଘରସଜ୍ଜା ସାମଗ୍ରୀ ମଧ୍ୟ ଉପଲବ୍ଧ ହେଉଛି। ଗ୍ରୀଷ୍ମରେ ଶରୀରକୁ ଆରାମ ଦେଲା ଭଳି ହାଲ୍‌କା ଓ ଉଜ୍ଜ୍ବଳ ରଙ୍ଗର ପୋଷାକ ସହ ଏହାକୁ ଖାପ ଖାଉଥିବା ଅଳଙ୍କାର ମଧ୍ୟ ଏଥିରେ ରହିଛି। ଆଜି ଉଦ୍‌ଘାଟନ ଅବସରରେ ପ୍ରଦର୍ଶନୀର ନିର୍ଦ୍ଦେଶକ ମୋନିକା ମଧୢାନ ଓ ଉମେଶ ମଧୢାନ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଦର୍ଶନୀ ଆସନ୍ତାକାଲି ଯାଏଁ ଚାଲିବ।

ସମ୍ବନ୍ଧିତ ଖବର