ପୁରୀ ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ ଅଭିଯାନ

ଭୁବନେଶ୍ବର: ହାଇଟେକ୍‌ ମେଡିକାଲ କଲେଜ ଓ ହସ୍ପିଟାଲ ପକ୍ଷରୁ ପୁରୀ ବେଳାଭୂମିରେ ‘ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର’ ଅଭିଯାନ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହାଇଟେକ୍‌ ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ, ଶ୍ରୀଦତ୍ତ ବିଜୟାନନ୍ଦ ତୀର୍ଥ ସ୍ୱାମୀଜୀ, ପୁରୀ ସାଂସଦଙ୍କ ପ୍ରତିନିଧି ଘନଶ୍ୟାମ ମର୍ଦ୍ଦରାଜଙ୍କ ସମେତ ହାଇଟେକ୍‌ ହସ୍ପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ସ୍ମିତା ପାଢ଼ୀ, ମେଡିକାଲ ସୁପରିଟେଣ୍ଡେଣ୍ଟ ଡ. ବାସୁଦେବ ବେହେରା, ନର୍ସିଂ କଲେଜର ପ୍ରନ୍ସିପାଲ ଆସିବାଳା ମହାପାତ୍ର, ନର୍ସିଂ ସ୍କୁଲ ପ୍ରନ୍ସିପାଲ ରୀତା ଲେଙ୍କାଙ୍କ ସମେତ ଅନ୍ୟାନ କର୍ମଚାରୀମାନେ ଉପସ୍ଥିତ ଥି‌ଲେ।

ଏହି ଅଭିଯାନରେ ପୁରୀ ରାମଚଣ୍ଡୀ ବାଲିକୁଦା ସାହିର ମା’ ସମଲେଶ୍ୱରୀ ମହିଳା ଆରୋଗ୍ୟ ସମିତିର ମହିଳାମାନେ ସାମିଲ ହୋଇଥିଲେ। ହାଇଟେକ୍‌ ସ୍କୁଲ ଏବଂ କଲେଜର ଶତାଧିକ ଛାତ୍ରଛାତ୍ରୀ ପୁରୀ ବେଳାଭୂମିରେ ସକାଳୁ ଉପସ୍ଥିତ ରହି ବେଳାଭୂମି ପରିଷ୍କାର ପରିଚ୍ଛନ୍ନ କରିବା ସହିତ ବେଳାଭୂମିକୁ ଆସୁଥିବା ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ।

ସମ୍ବନ୍ଧିତ ଖବର