କେଏମ୍‌ବିବି କ୍ୟାମ୍ପସ୍‌ରେ ସ୍ବଚ୍ଛତା ଅଭିଯାନ

ଭୁବନେଶ୍ବର: ଗାନ୍ଧୀଜୟନ୍ତୀ ଅବସରରେ ସମ୍ବାଦ ଗ୍ରୁପ୍‌ ଶିକ୍ଷାନୁଷ୍ଠାନ ସମୂହ ତରଫରୁ କେଏମ୍‌ବିବି କ୍ୟାମ୍ପସ-୨ରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସକାଳେ ଛାତ୍ରଛାତ୍ରୀମାନେ ରାମଧୂନ ଗାନ କରିବା ପରେ ଅଧ୍ୟକ୍ଷ ଡ. ଚିତ୍ତରଞ୍ଜନ ଭୋଇ ଓ ଡିନ୍‌ ଡ. ବିଜନ ସୂତାର ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହା ପରେ ଅଧ୍ୟାପକ ସରୋଜ ଦାସ, ଡ. ଶଶିକାନ୍ତ ନାୟକ, ପ୍ରିୟଙ୍କା ପଟ୍ଟନାୟକ, ଅରୁନ୍ଧତୀ ସ୍ବାଇଁ, ସନ୍ତୋଷ ସାହୁ, ଦେବସ୍ମିତା ଦାଶ, ଶୁଭଶ୍ରୀ ଦାଶ ପ୍ରମୁଖଙ୍କ ନେତୃତ୍ବରେ କଲେଜ ପରିସର ସହ ଆ‌ଖପାଖ ଅଞ୍ଚଳ ସଫେଇ କରାଯାଇଥିଲା। ଜିତେନ୍ଦ୍ର ମହାନ୍ତି ଓ ସୁରେଶ ବାରିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ଶିକ୍ଷାବିତ୍‌ ପ୍ରଫେସର ସରୋଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ସମ୍ବନ୍ଧିତ ଖବର