ଭୁବନେଶ୍ୱର : ସ୍ୱଚ୍ଛ ସର୍ବେକ୍ଷଣରେ ଆମେ ଏଥର ୧ ନମ୍ବର ହେବୁ। ଏଭଳି ବାହାଦୂରୀ ମାରୁଥିବା ବିଏମ୍ସି ଭକୁଆ ହୋଇଛି। ବାର୍ଷିକ ସ୍ୱଚ୍ଛ ସର୍ବେକ୍ଷଣରେ ବିଏମ୍ସିକୁ ୧୪୪ ନମ୍ବର ର୍ୟାଙ୍କ ମିଳିଛି। ବ୍ରହ୍ମପୁର ମହାନଗର ନିଗମ ୬୩ ତମ ର୍ୟାଙ୍କ୍ରେ ରହିଥିବା ବେଳେ ବିଏମ୍ସିର ନୈରାଶ୍ୟଜନକ ପ୍ରଦର୍ଶନ ଅଧିକାରୀଙ୍କ ପାରିବା ପଣିଆକୁ ପଦାରେ ପକାଇଛି।
ସ୍ୱଚ୍ଛ ସର୍ବେକ୍ଷଣ-୨୦୧୮ରେ ବିଏମ୍ସି ୨୮୮ ର୍ୟାଙ୍କ୍ରେ ରହିଥିବା ବେଳେ ୨୦୧୯ରେ ୨୭୪ ରେ ରହିଥିଲା। ଏଥର ୧୪୪ରେ ରହିଛି। ଅର୍ଥାତ୍ ର୍ୟାଙ୍କ ବଢ଼ି ବଢ଼ି ଆସୁଛି। ପୁରସ୍କାର ପାଇଁ ଯୋଗ୍ୟ ନ ହେଲେ ମଧ୍ୟ ର୍ୟାଙ୍କ୍ ବଢ଼ିଥିବାରୁ ବିଏମ୍ସି ଅଧିକାରୀମାନେ ଖୁସି ହୋଇଛନ୍ତି।
/sambad/media/post_attachments/wp-content/uploads/2020/01/dumpingyard_4393.jpg) thehansindia.com
 thehansindia.comରାଜଧାନୀକୁ ସଫା କରିବାକୁ ପ୍ରାୟ ୨୩୦୦ ସଫେଇ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସଫେଇୱାଲା ନାମକରଣ କରାଯିବା ସହ ସେମାନଙ୍କ ପାଇଁ ଯାବତୀୟ ସୁବିଧା ଯୋଗାଇ ଦିଆଯାଉଛି। ରାତିରେ ସ୍ବତନ୍ତ୍ର ଗାଡ଼ିରେ ଯାନ୍ତ୍ରିକ ସଫେଇ ହେଉଛି। ଏଥିପାଇଁ ବର୍ଷକୁ ପ୍ରାୟ ୯୦କୋଟି ଟଙ୍କା ଖର୍ଚ୍ଚ ହେଉଛି। ପରିମଳ ବ୍ୟବସ୍ଥା ତଦାରଖ କରିବାକୁ ପ୍ରତି ୱାର୍ଡରେ ୱାର୍ଡ ଅଫିସର, ସାନିଟାରି ଇନ୍ସପେକ୍ଟର ଅଛନ୍ତି। ବିଏମ୍ସି, ବିଡିଏ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ୫ଟି ଲେଖାଏଁ ୱାର୍ଡ ବଣ୍ଟାଯାଇଛି। ନଗର ସ୍ବାସ୍ଥ୍ୟ ଅଧିକାରୀ ପଦବିରେ ଜଣେ ଡାକ୍ତର ମଧ୍ୟ ଅଛନ୍ତି। ଏସବୁକୁ ତଦାରଖ କରିବା ଓ ତ୍ବରିତ ପଦକ୍ଷେପ ନେବାକୁ ଜଣେ ବରିଷ୍ଠ ଓଏଏସ୍ ଅଧିକାରୀ ଡେପୁଟି କମିସନର (ପରିମଳ) ଦାୟିତ୍ବରେ ଅଛନ୍ତି। ଏ ସବୁ ବ୍ୟବସ୍ଥା ସତ୍ବେ ଭୁବନେଶ୍ବର ସ୍ବଚ୍ଛ ସର୍ବେକ୍ଷଣରେ ଏଭଳି କାହିଁକି ଫେଲ୍ ମାରୁଛି ପ୍ରଶ୍ନ ଉଠିଛି।
/sambad/media/post_attachments/wp-content/uploads/2021/11/Daruthenga-Waste-Dump-BMC.jpg) Mudhi Mixture
 Mudhi Mixtureବର୍ଷ ବର୍ଷ ହେବ ଦାରୁଠେଙ୍ଗରେ ଆବର୍ଜନା ଗଦା ହେଉଛି। ଏହାକୁ ପରିଚାଳନା କରି ପୁରି ପୂର୍ବାବସ୍ଥା ଫେରାଇ ଆଣିବା ପାଇଁ ବାଇଓମାଇନିଂ ବ୍ୟବସ୍ଥା କରିବାକୁ ଯୋଜନା ହୋଇଥିଲା। ଏଥିପାଇଁ ଏଜେନ୍ସି ମଧ୍ୟ ଚିହ୍ନଟ ହୋଇଥିଲ। ଶହେ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେବା ପାଇଁ ଅଟକଳ କରାଯାଇଥିଲା। ହେଲେ କଣ ହେଲା କେଜାଣି ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲା ନାହିଁ। ଯାହା ସ୍ବଚ୍ଛ ସର୍ବେକ୍ଷଣରେ ପଛରେ ପଡ଼ିଥିବା କୁହାଯାଉଛି। ତେବେ କେବଳ ଏହି ଡମ୍ପିଂ ୟାର୍ଡ ନୁହେଁ, ସହରରେ ପରିମଳ ବ୍ୟବସ୍ଥା ମଧ୍ୟ ଭୁଶୁଡ଼ି ପଡ଼ିଛି। ସଫେଇ କରିବା ପାଇଁ ଯେଉଁ ଯାନ୍ତ୍ରିକ ବ୍ୟବସ୍ଥା ହୋଇଛି ସେଥିରେ ବ୍ୟାପକ ତ୍ରୁଟି ରହିଛି। ଗାଡ଼ିଗୁଡ଼ିକ ନିର୍ଦ୍ଦିଷ୍ଟ ବେଗରେ ନ ଯାଇ ଦ୍ରୁତଗତିରେ ଯାଉଥିବାରୁ ଧୂଳି ସଫା କରିବା ପରିବର୍ତ୍ତେ ଧୂଳି ଉଡ଼ାଉଛି। ସ୍ବଚ୍ଛ ସର୍ବେକ୍ଷଣ ବେଳେ ଏ ନେଇ ଗଦା ଗଦା ଅଭିଯୋଗ ହୋଇଛି। ଏଭଳି ଅନେକ କାରଣ ପାଇଁ ଭୁବନେଶ୍ବର ଶହେ ର୍ୟାଙ୍କ୍ ଭିତରକୁ ଆସି ପାରୁନାହିଁ ବୋଲି କୁହାଯାଉଛି।
ତେବେ ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ଆବର୍ଜନା ପରିଚାଳନା ପାଇଁ ଏମ୍ସିସି(ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ସ୍ଥାପନା କରାଯାଉଛି। ସହରରେ ଜନସଂଖ୍ୟା ବଢ଼ିବାରେ ଲାଗିଛି। ମୋଟ ୪୩ଟି ସେଣ୍ଟର ପ୍ରତିଷ୍ଠା ହେବା ପାଇଁ ଯୋଜନା ହେଉଛି। ଏହି ସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଗଲେ ଭୁବନେଶ୍ବର ସ୍ବଚ୍ଛତାରେ ଆଗରେ ରହିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/daruthenga-dump-yard.jpg)
