ସ୍ବଦେଶୀ ଜାଗରଣ ମଞ୍ଚ ରାଜ୍ୟ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର: ସ୍ବଦେଶୀ ଜାଗରଣ ମଞ୍ଚର ଦ୍ୱାଦଶ ରାଜ୍ୟ ସମ୍ମିଳନୀ ପ୍ରଭୁଜୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଉଦ୍‌ଘାଟିତ ହୋଇ ଯାଇଛି। ମଞ୍ଚର ରାଜ୍ୟ ସଂଯୋଜକ ଶତ୍ରୁଘ୍ନ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ୱାମୀ ଶଙ୍କରାନନ୍ଦ ଗିରି ମହାରାଜ ଉଦ୍‌ଘାଟକ ଭାବେ ଯୋଗ ଦେଇଥିବା ବେଳେ ମଞ୍ଚର ଅଖିଳ ଭାରତୀୟ ସହ ସଂଯୋଜକ ଅରୁଣ ଓଝା, ମଞ୍ଚର ପ୍ରତିଷ୍ଠାତା ସଦସ୍ୟ ସରୋଜ ମିତ୍ର, ସଂଘର୍ଷ ବାହିନୀ ପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ, ରାଜ୍ୟ ସଂଗଠକ ନିର୍ମଳ ଷଡଙ୍ଗୀ, ମଞ୍ଚର ରାଜ୍ୟ ସହ ସଂଯୋଜକ ରମାକାନ୍ତ ପାତ୍ର, ମହାନଗର ସଂଯୋଜକ ବିଜୟ ରାଉତରାୟ ପ୍ରମୁଖ ଅନ୍ୟ ଅତିଥି ଭାବେ ମଞ୍ଚସୀନ ଥିଲେ। ୩ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମଗ୍ର ରାଜ୍ୟରୁ ୩ଶହରୁ ଅଧିକ ପ୍ରତିନିଧି ଯୋଗ ଦେଇଛନ୍ତି। ଏଥିରେ ଦେଶର ଅର୍ଥନୀତି, ବିଦେଶୀ ପୁଞ୍ଜି ନିବେଶ, ପରିବେଶ ସୁରକ୍ଷା, ଜୈବିକ ଚାଷ ଆଦି ପ୍ରସଙ୍ଗ ନେଇ ଆଲୋଚନା ହେବ। ଆସନ୍ତାକାଲି ସ୍ବଦେଶୀ ସନ୍ଦେଶ ଯାତ୍ରା ଓ ସାଧାରଣ ସଭା ଆୟୋଜନ ସହ ଲୋକଙ୍କୁ ସ୍ବଦେଶୀ ସାମଗ୍ରୀ ବ୍ୟବହାର ନେଇ ସଚେତନ କରାଯିବ। ଉଦ୍‌ଘାଟନ ସମାରୋହକୁ ମଞ୍ଚର ରାଜ୍ୟ ସହ ସଂଯୋଜକ ଆଶୁତୋଷ ମୁଖାର୍ଜୀ ପରିଚାଳନା କରିଥିଲେ। ମନୋରଞ୍ଜନ ରାଉତରାୟ, ରଘୁନାଥ ବେହେରା, ପ୍ରଶାନ୍ତ ଭୂୟାଁ ଓ ଯୁଗଳ ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର