ଭୁବନେଶ୍ୱର: ପବିତ୍ର କ୍ରାନ୍ତି ଦିବସ ତଥା ‘ସଂଭାବନା’ର ସ୍ବନକ୍ଷତ୍ର ଦିବସ ପାଳନ ଅବସରରେ ଆଜି ଜୟଦେବ ଭବନରେ ଆରମ୍ଭ ହୋଇଛି ‘ସ୍ବାଧୀନତାର ଅମୃତ ଅନୁଭବ ଉତ୍ସବ’। ଦୀର୍ଘ ୬ ମାସ ଧରି ଅନୁଷ୍ଠାନ ପକ୍ଷରୁ ପାଳିତ ହେବାକୁ ଥିବା ଏହି ଉତ୍ସବର ଆଜିଥିଲା ପ୍ରଥମ ଚରଣ ‘ଜୟହିନ୍ଦ୍’। ଏହି ଅବସରରେ ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ ହୋଇଥିଲା। ‘ସ୍ବର୍ଗଦପୀ ଗରିୟସୀ’, ‘ଦେ ଦି ହମେ ଆଜାଦି’ ଓ ‘ଭାରତ ହମ୍କୋ ଜାନ୍ ସେ ପ୍ୟାରା’ ଭଳି ଗୀତରେ ସ୍ବାଧୀନତା ସଂଗ୍ରାମର ଗାଥା ଶୁଣି ଶ୍ରୋତାମାନେ ବିଭୋର ହୋଇଥିଲେ।
ଅନୁଷ୍ଠାନର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉପସ୍ଥିତ ଥିଲେ। ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ୨୦୨୧ର ଶ୍ରେଷ୍ଠ ଓଡ଼ିଆଣୀ ରଶ୍ମି ସାହୁ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ସଂପାଦକ ଦେବ ପ୍ରସାଦ ପରିଜା ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଏହି ଅବସରରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ସୁଦର୍ଶନ ଦାସ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ପ୍ରଣବ କିଶୋର ପଟ୍ଟନାୟକ, ସୌରଭ ନାୟକ, ମହାପ୍ରସାଦ କର, ପ୍ରୀତିନନ୍ଦା ରାଉତରାୟ, ଛନ୍ଦା ମିଶ୍ର, ସିଦ୍ଧାନ୍ତ ଶତପଥୀ, ଅର୍ଣ୍ଣବ ପଣ୍ଡା, ଇପ୍ସିତା ମହାନ୍ତି, ଓ ବିପୁଲ୍ ପ୍ରମୁଖ ଦେଶଭକ୍ତି ସଂଗୀତ ଗାଇଥିଲେ। ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି, ପ୍ରେମ ପ୍ରକାଶ ସିଂ, ରାଜଶ୍ରୀ ଶତପଥୀ, ସତ୍ୟବ୍ରତ ମହାପାତ୍ର ଓ ପ୍ରଫୁଲ୍ଲ ଦେ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/36-8.jpg)