ଭୁବନେଶ୍ୱର: ସ୍ୱାଗତିକା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୩୮ତମ ଜାତୀୟସ୍ତରୀୟ ଶିଶୁ ଯୁବ ମହୋତ୍ସବ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଶତାଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଓଡ଼ିଶୀ ନୃତ୍ୟ, ଚିତ୍ରକଳା, ସାଧାରଣ ଜ୍ଞାନ, ରଚନା, ରାଇମସ୍, କୌତୂକ ପୋଷାକ, ସଂଗୀତ ଓ ବକ୍ତତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଚଳଚ୍ଚିତ୍ର ଅଭିନେତ୍ରୀ ସାଇନି ମହାନ୍ତିଙ୍କୁ ଶିଶୁ ଯୁବ ମହୋତ୍ସବର ପ୍ରସାର ନିମନ୍ତେ ବ୍ରାଣ୍ଡ ଆମ୍ବାସଡର୍ ଭାବ ସର୍ବସମ୍ମତି କ୍ରମରେ ନିଷ୍ପତ୍ତି ନିଆଯାଇଥିଲା।
ଅନୁଷ୍ଠାନର ସାଧାରଣ ସମ୍ପାଦକ ଅସିତ୍ କୁମାର ମହାନ୍ତି, ଉପଦେଷ୍ଟା ଅଧ୍ୟାପକ ଜ୍ଞାନରଞ୍ଜନ ନାୟକ, ସଂଗଠକ ରାମଚନ୍ଦ୍ର ମହାନ୍ତି, ଲିଙ୍ଗରାଜ ମହାନ୍ତି, ମାନସ କୁମାର କାନୁନ୍ଗୋ, ମୋତିଆଳୁ ଦଲାଇ, ଲୋକନାଥ ପଟ୍ଟନାୟକ ଓ ଗୋପାଳ ଦଳାଇ ପ୍ରମୁଖ କର୍ମକର୍ତାଙ୍କ ଦ୍ୱାରା ପ୍ରତିଯୋଗିତା ପରିଚାଳିତ ହୋଇଥିଲା। ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ଟି କ୍ରିଷ୍ଣା ରେଡି, ଶୁଭେନ୍ଦୁ ମୋହନ ସେନାପତି, ସାଇନି ମହାନ୍ତି ଓ ପଦ୍ମିନୀ ପଟ୍ଟନାୟକ ପ୍ରତିଯୋଗିତାର ବିଚାରକ ଭାବେ ଯୋଗଦେଇଥିଲେ। ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଆସନ୍ତା ୧୭ତାରିଖରେ ପୁରସ୍କୃତ କରାଯିବ।
ସ୍ୱାଗତିକା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଶିଶୁ ଯୁବ ମହୋତ୍ସବ
/sambad/media/post_attachments/wp-content/uploads/2018/04/m12-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)