ବିଶିଷ୍ଟ କୃଷି ବୈଜ୍ଞାନିକ ସ୍ବାମୀ ଚେତନାନନ୍ଦ ସରସ୍ୱତୀଙ୍କ ପରଲୋକ

ଭୁବନେଶ୍ବର: ମଙ୍ଗଳବାର ଭୋର୍‌ ପ୍ରାୟ ସାଢ଼େ ୩ଟାରେ ସ୍ବାମୀ ଚେତନାନନ୍ଦ ସରସ୍ୱତୀ ଓରଫ୍ ପ୍ରଫେସର୍‌ ଡ. ଚକ୍ରପାଣି ମିଶ୍ରଙ୍କ ଦେହାନ୍ତ ହୋଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ୮ଦିନ ହେଲା କିମ୍‌ସ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ୮୭ ବର୍ଷ ହୋଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଭରତପୁରସ୍ଥିତ ଶ୍ରୀଶ୍ରୀନିଗମାନନ୍ଦ ଯୋଗ ଆଶ୍ରମ ଓ ତାଙ୍କ ଶିଷ୍ୟ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଆଜି ଅପରାହ୍‌ଣ ପ୍ରାୟ ୩ଟା ବେଳେ ସତ୍ୟନଗର ମଶାଣିରେ ତାଙ୍କ ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ ହୋଇଛି। ସ୍ବାମୀ ଚେତନାନନ୍ଦଙ୍କ ଶିଷ୍ୟା କିରଣବାଳା ରଥ ଏହି ସୂଚନା ଦେଇଛନ୍ତି।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଗାଁର ଏକ ଗରିବ ବ୍ରାହ୍ମଣ ପରିବାରରେ ଜନ୍ମିତ ସ୍ବାମୀ ଚେତନାନନ୍ଦ ପିଲାଦିନେ ଶ୍ରୀମଦ୍ ସ୍ବାମୀ ନିଗମାନନ୍ଦ ପରମାହଂସଙ୍କ ଶିକ୍ଷା‌ରେ ଗଭୀର ଭାବେ ପ୍ରଭାବିତ ହୋଇଥି‌ଲେ। ଶ୍ରୀମଦ୍ ସ୍ବାମୀ ବିଶୁଦ୍ଧାନନ୍ଦ ସରସ୍ୱତୀଙ୍କ ଦ୍ବାରା ଯୁବାବସ୍ଥାରେ ତାଙ୍କ ସନ୍ନ୍ୟାସ ଜୀବନ ଆରମ୍ଭ ହୋଇଥିଲା। ଚକ୍ରପାଣିରୁ ସ୍ବାମୀ ଚେତନାନନ୍ଦ ସରସ୍ୱତୀ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ସୁଦୀର୍ଘ ଓ କଷ୍ଟଦାୟକ ଥିଲା। ସେ ଆମେରିକାର ଡେଭିସସ୍ଥିତ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବୈଜ୍ଞାନିକ ପ୍ରଫେସର୍‌ ଡୋନାଲ୍ଡ ଆର ନିଲସେନଙ୍କ ଅଧୀନରେ ପିଏଚ୍‌ଡି କରିଥିଲେ। ଏହାପରେ ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ପ୍ରଫେସର ଓ ପରେ ଡିନ୍‌ ଭାବେ କାର୍ଯ୍ୟ ତୁଲାଇଥିଲେ। ଏକ ଆଧୁନିକ ପାଶ୍ଚାତ୍ୟ ବିଜ୍ଞାନ ଶିକ୍ଷା, ବହୁ ସନ୍ତାନଙ୍କ ସହିତ ଏକ ବୃହତ୍‌ ପରିବାରର ଦାୟିତ୍ବ, ବୃତ୍ତିଗତ ଜୀବନ ସହ ଛାତ୍ରଛାତ୍ରୀମାନଙ୍କୁ ଗବେଷଣାରେ ମାର୍ଗଦର୍ଶନ ଦେବା ସହ ଆଧ୍ୟାତ୍ମିକ ଜ୍ଞାନ ପ୍ରତି ତାଙ୍କର ଏକ ଗଭୀର ଉତ୍ସାହ ଓ ପ୍ରତିବଦ୍ଧତା ରହିଥିଲା। ଗୁରୁ ବାବା ସ୍ବାମୀ ବିଶୁଦ୍ଧାନନ୍ଦ ସରସ୍ୱତୀଙ୍କ ନିର୍ଦ୍ଦେଶିତ ତଥା ଇଚ୍ଛା ଅନୁଯାୟୀ ତାଙ୍କ ଆଧ୍ୟାତ୍ମିକ ତଥା ଶିକ୍ଷାନୁଷ୍ଠାନ ବଙ୍ଗଳା, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଏକ ନେଟୱାର୍କକୁ ବଜାୟ ରଖିବା ଏବଂ ବିସ୍ତାର କରିବାରେ ଜଡ଼ିତ ଅଛି। ବର୍ତ୍ତମାନ ବିଏନ୍ ଟ୍ରଷ୍ଟର ସର୍ବାଧ୍ୟକ୍ଷ ନାମରେ ଜଣାଶୁଣା ଶ୍ରୀଶ୍ରୀ ନିଗମାନନ୍ଦ ଯୋଗ ଆଶ୍ରମ, ଭୁବନେଶ୍ୱର, ଚେତନାନନ୍ଦ ସ୍ବାମୀ ଉଭୟ ସନ୍ୟାସଶ୍ରମ ଏବଂ ଗ୍ରିହାଷ୍ଟ୍ରମ ଦେଶରେ ଭାରତ ତଥା ବିଦେଶରେ ଅନେକ ଆଧ୍ୟାତ୍ମିକ ସନ୍ଧାନକାରୀଙ୍କୁ ମାର୍ଗଦର୍ଶନ କରୁଛନ୍ତି।

ସ୍ବାମୀ ଚେତନାନନ୍ଦ ସରସ୍ବତୀଙ୍କ ୫ ପୁଅ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜ୍ୟେଷ୍ଠପୁତ୍ର ଡ. ଗଦାଧର ମିଶ୍ର ହେଉଛନ୍ତି ଭଟ୍ଟନାଗର ପୁରସ୍କାରପ୍ରାପ୍ତ ଜଣେ ବିଶିଷ୍ଟ ଗଣିତଜ୍ଞ, ଦ୍ୱିତୀୟ ପୁତ୍ର ଡ. ବାରଦା କାନ୍ତ ମିଶ୍ର ଗୋଆ ଆଇଆଇଟିର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ତୃତୀୟ ପୁତ୍ର ଏୟାର କମାଣ୍ଡର ଅନ୍ନଦାକାନ୍ତ ମିଶ୍ର ଭାରତୀୟ ବାୟୁସେନାରୁ ଅବସର ନେଇଛନ୍ତି ଓ ଚତୁର୍ଥ ପୁତ୍ର ସୁଭଦା କାନ୍ତ ମିଶ୍ର ଇଣ୍ଟେଲ କର୍ପୋରେସନ୍ ବେଙ୍ଗାଲୁରୁରେ କାର୍ଯ୍ୟ କରୁଛନ୍ତି। ସାନପୁଅ ଧନଦାକାନ୍ତ ମିଶ୍ର ଏବେ କେଏମବିବି କଲେଜ ଅଫ୍ ଇଞ୍ଜିନିୟରିଂର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି ଓ ସେ ବର୍ତ୍ତମାନ ହଂକଂରେ ଅଛନ୍ତି।

ସମ୍ବନ୍ଧିତ ଖବର