ବେଦ ମାନବିକତାର ପଥ ପ୍ରଦର୍ଶକ: ସ୍ୱାମୀ ସୁଧାନନ୍ଦ

0

ଚନ୍ଦ୍ରଶେଖରପୁର: ବେଦ ହେଉଛି ସମସ୍ତ ଜ୍ଞାନ ଓ ବିଜ୍ଞାନର ଭଣ୍ଡାର। ବେଦର ଶିକ୍ଷା ସାର୍ବଭୌମ, ସାର୍ବକାଳିକ, ସାର୍ବଜନୀନ, ପ୍ରେରଣାପ୍ରଦ ତଥା ବର୍ଗ ଜାତି ରଂଗ ଲିଂଗଗତ ଭେଦଭାବ ରାଗ ଦ୍ୱେଷ ପକ୍ଷପାତ ଆଦିରୁ ରହିତ ଏବଂ ପ୍ରତ୍ୟେକ ମାନବଙ୍କ ପାଇଁ ସମାନ ରୂପେ କଲ୍ୟାଣକାରୀ। ଏମିତି କିଛି ପ୍ରେରଣାଦାୟୀ ପ୍ରବଚନରୁ ଆଜି ଆରମ୍ଭ ହୋଇଥିଲା ବେଦ ପ୍ରବଚନ। ପ୍ରବଚକ ସ୍ୱାମୀ ସୁଧାନନ୍ଦ ସରସ୍ୱତୀଙ୍କ ଏହି ପ୍ରବଚନଧାରାକୁ ଆଜି ମଞ୍ଚେଶ୍ୱର ରେଲେଓ୍ଵ କାଲୋନିସ୍ଥିତ ଗ୍ରୀନସ୍‌ ମଣ୍ଡପରେ ଆୟୋଜନ କରାଯାଇଥିଲା ଗାଡ଼କଣ ଦୁର୍ଗା ପୂଜା କମିଟି ପକ୍ଷରୁ। କମିଟିର ସଭ୍ୟମାନଙ୍କ ପ୍ରଚେଷ୍ଠାରେ ଆଜି ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର, ଗାଡ଼କଣ, ରଂଗାମଟିଆ, ରେଲେଓ୍ଵ କଲୋନି ଓ ଆଖପାଖ ଆନକ ଅଞ୍ଚଳର ଶତାଧିକ ପ୍ରବଚନ ପ୍ରେମି ରୁଣ୍ଡହୋଇଥିଲେ ମଣ୍ଡପରେ। ଏହି ପ୍ରବଚନ ଧାରା ୩ଦିନ ପର୍ଯ୍ୟନ୍ତ ଚାଲିବ। ଯେଉଁଥିରେ ବେଦ ଓ ମଣିଷ ଜୀବନର ବିିଭିନ୍ନ ଉପଲବ୍‌ଧି ମାନ ସ୍ୱାମୀ ସୁଧାନନ୍ଦ ଲୋକମାନଙ୍କୁ ବୁଝାଇବେ। ବେଦ ବିଶ୍ୱ ସଂସ୍କୃତି ମୂଳଧାରା। ସତ୍ୟ-ଅସତ୍ୟ, ଧର୍ମ-ଅଧର୍ମ, କର୍ତ୍ତବ୍ୟ-ଅକର୍ତ୍ତବ୍ୟ, ପୂଣ୍ୟ-ପାପ, ଠିକ୍‌-ଭୁଲ୍‌ ଆଦି ବଷୟରେ ସାଧାରଣ ମାନବ ଜାଣିବାପରେ ମାନବ ସମାଜରେ ଏକ ବଡ଼ ପରିବର୍ତ୍ତନ ଆସିବ ବୋଲି ଏହି ବେଦ ପ୍ରବଚନର ମୁଖ୍ୟ ଉଦ୍ୟେଶ ବୋଲି ଆୟୋଜକମାନେ ପ୍ରକାଶକରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.