୧ରେ ‘ସ୍ୱପ୍ନା ପତି ଫାଉଣ୍ଡେସନ୍‌’ ପକ୍ଷରୁ ହର୍ବାଲ ହୋଲି

ଭୁବନେଶ୍ୱର : ହୋଲି ଆସିବା ମାତ୍ରେ ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ଖେଳିଯାଏ। ହୋଲି ପାଇଁ ବଜାରରେ ଭିନ୍ନ ଭିନ୍ନ ପ୍ରକାରର ରଙ୍ଗ ପିଚିକାରି ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ଆରମ୍ଭ ହୋଇଗଲାଣି। ତେବେ ବର୍ତମାନ ଲୋକ ନିଜ ତ୍ୱଚାକୁ ନେଇ ବହୁତ ସଚେତନ ଥିବାରୁ ବଜାରରେ ବିକ୍ରି ହେଉଥିବା ରାସାୟନିକ ରଙ୍ଗକୁ ବ୍ୟବହାର କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି। ସେଥିପାଇଁ ଗତ ୫ବର୍ଷ ହେଲା ସ୍ୱପ୍ନା ପତି ଫାଉଣ୍ଡେସନ୍‌ ତରଫରୁ ପ୍ରତି ବର୍ଷ ‘ହର୍ବାଲ ହୋଲି’ର ଆୟୋଜନ କରାଯାଇ ରାସାୟନିକ ରଙ୍ଗଠାରୁ ଦୂରେଇ ରହିବା ପାଇଁ ସଚେତନତାର ବାର୍ତା ଦିଆଯାଉଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱପ୍ନା ପତି ଫାଉଣ୍ଡେସନ୍‌ର ମୁଖ୍ୟ ଅଭିନେତ୍ରୀ ତଥା ମଡେଲ୍‌ ସ୍ୱପ୍ନା ପତି କହିଥିଲେ, ଆସନ୍ତା ଗୁରୁବାର ଦିନ ହୋଟେଲ କଳିଙ୍ଗ ଅଶୋକଠାରେ ଷଷ୍ଠ ହର୍ବାଲ ହୋଲି କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ସେଥିରେ ହଳଦୀ, ଚନ୍ଦନ ପେଷ୍ଟ, ମୁଲତାନି ମାଟିରୁ ପ୍ରସ୍ତୁତ ହର୍ବାଲ ରଙ୍ଗ ଏବଂ ଟମାଟୋ ପେଷ୍ଟ ପ୍ରଭୃତି ବ୍ୟବହାର କରାଯିବ। ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ର ହର୍ବାଲ ହୋଲିର ଷଷ୍ଠ ବ୍ରାଣ୍ଡ ଆମ୍ବାସଡର୍‌ ଭାବେ ତାଙ୍କର ସ୍ଲୋଗାନ୍‌ରେ ସୁରକ୍ଷିତ ହୋଲି ଓ ରସାୟନ ରଙ୍ଗ ବର୍ଜିତ ହୋଲିକୁ ସର୍ମଥନ କରିଛନ୍ତି। ସ୍ୱପ୍ନା ପତି ଲୋକମାନଙ୍କୁ ରାସାୟନିକ ମୁକ୍ତ ରଙ୍ଗ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି ଓ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ‘ମାଇଁ ସିଟି ଲିଙ୍କ୍‌’ର ସଂପାଦକ ସତ୍ୟବ୍ରତ ସାନୁ ରଥ ଓ ଦୀକ୍ଷା ତିଓ୍ଵାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର