ଭୁବନେଶ୍ୱର: ‘ସ୍ୱରରଙ୍ଗ’ ପକ୍ଷରୁ ପଣ୍ଡିତ ଦାମୋଦର ହୋତାଙ୍କ ୮୩ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ପକ୍ଷରୁ ପ୍ରଥମେ ଆୟୋଜିତ ଗୁରୁ ପୂଜନ ପରମ୍ପରା ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ଏହା ପରେ ‘ଶାସ୍ତ୍ରୀୟ ସଙ୍ଗୀତ ସଂଧ୍ୟା’ ଆରମ୍ଭ ହୋଇଥିଲା ପଣ୍ଡିତ ଦାମୋଦର ହୋତାଙ୍କ ରାଗ ଗୋରଖ କଲ୍ୟାଣରେ ଜୟ ଜୟ ଶ୍ରୀରାମ ଗାୟନରୁ। ପରେ ତାଙ୍କ କଣ୍ଠରେ ବିନତି ଶୁଣ...., ଯା’ ଯା’ ରେ... ଆଦି ଗୀତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପରେ ଅନୁଷ୍ଠାନର ଗୁରୁମାନେ ସେମାନଙ୍କ ଶିଷ୍ୟ/ଶିଷ୍ୟାମାନଙ୍କ ସହ ମିଶି ଶ୍ରୀ ହୋତାଙ୍କ ଦ୍ୱାରା ରଚିତ ବିଭିନ୍ନ ରାଗରାଗିଣୀକୁ ଖେୟାଲ୍ ତଥା ଉଡ୍ର ପଦ୍ଧତୀୟ ସଙ୍ଗୀତ ଶୈଳୀରେ ପରିବେଷଣ କରିଥିଲେ। ବାସନ୍ତୀ ଦାସ, ପଣ୍ଡିତ ଦେବେନ୍ଦ୍ର ନାରାୟଣ ଶତପଥୀ, ରଘୁନାଥ ସାହୁ, ଗୁରୁଶ୍ରୀ କରୁଣାକର ନାୟକ, ପଣ୍ଡିତ ହରିହର ରଥ, କୃଷ୍ଣଚନ୍ଦ୍ର ଦାଶ ଓ ସସ୍ମିତା ଦାସ ପ୍ରମୁଖ ଏହି ଅବସରରେ ସଙ୍ଗୀତ ପରିବେଷଣ କରିଥିଲେ। ଉତ୍ସବରେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ଓ ଏସ୍କେ ଟାମୋଟିଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ରଘୁନାଥ ସାହୁ ଧନ୍ୟବାଦ ଜଣାଇଥିଲେ।
‘ସ୍ୱରରଙ୍ଗ’ର ଶାସ୍ତ୍ରୀୟ ସଙ୍ଗୀତ ସଂଧ୍ୟା
/sambad/media/post_attachments/wp-content/uploads/2017/11/m14-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)