ସ୍ଵରାଞ୍ଜଳି ଗୁରୁକୁଳର ୩ୟ ବାର୍ଷିକୋତ୍ସବ

ଭୁବନେଶ୍ବର: ସ୍ଥାନୀୟ  ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ସ୍ଵରାଞ୍ଜଳି ଗୁରୁକୁଳର ୩ୟ ବାର୍ଷିକୋତ୍ସବ ରବିବାର ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ରାଧାନାଥ ଉଚ୍ଚତର ଶିକ୍ଷା ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ଡ଼ଃ ସ୍ମିତା ମିଶ୍ର ଏବଂ ସମ୍ମାନନୀୟ ଅତିଥି ଭାବେ  ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିଜୟ ଜେନା ଯୋଗଦେଇଥିଲେ। ପ୍ରାରମ୍ଭରେ ବିଶିଷ୍ଟ ଅଭିନେତା ରାଇମୋହନ ପରିଡା, ବିଜେବି ସ୍ଵୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ପଣ୍ଡିତ ବୈରାଗୀ ଦଳେଇ ଓ ଓଡ଼ିଶୀ ସଙ୍ଗୀତଜ୍ଞ ଭଗବାନ ସେଠୀଙ୍କ ଆତ୍ମାର ସଦଗତି ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

ଅନୁଷ୍ଠାନର ଛାତ୍ରଛାତ୍ରୀ ବିଭିନ୍ନ ରାଗରେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ। ଶେଷରେ ଅନୁଷ୍ଠାନର ମୁଖ୍ୟ ଗୁରୁ ଡ଼ଃ ରଘୁନାଥ ସାହୁ ବାଗେଶ୍ରି ରାଗରେ ଖେୟାଲ୍ ପରିବେଷଣ କରିଥିଲେ। ବହୁ ସଂଖ୍ୟକ ଶ୍ରୋତା ଉକ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ତବଲାରେ ସହଯୋଗ କରିଥିଲେ ଗୁରୁ ସୁଶାନ୍ତ କୁମାର ଜେନା, ଗୁରୁ ସିତନ୍ସୁ ଶେଖର ଷଡ଼ଙ୍ଗୀ ଏବଂ ହାର୍ମୋନିୟମରେ ଶଶିକାନ୍ତ ସାହୁ । ସୁଶ୍ରୀ ବରାଳ ଉଦଘୋଷିକା କାର୍ଯ୍ୟ ତୁଲାଇଥିଲେ।

ସମ୍ବନ୍ଧିତ ଖବର