ଭୁବନେଶ୍ବର: ଗୋଲ୍ଡେନ୍ ଟ୍ରାଏଙ୍ଗଲ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଜୟଦେବ ଭବନଠାରେ ଆୟୋଜିତ ସ୍ବର୍ଣ୍ଣ ତ୍ରିଭୁଜ ଚଳଚ୍ଚିତ୍ର ଉତ୍ସବ(ଗୋଲ୍ଡେନ୍ ଟ୍ରାଏଙ୍ଗଲ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ)ର ପଞ୍ଚମ ସଂସ୍କରଣର ଆଜି ଥିଲା ଦ୍ବିତୀୟ ଦିବସ। ଚଳିତ ବର୍ଷ ଏହି ଉତ୍ସବରେ ଭାରତର ବିଭିନ୍ନ ରାଜ୍ୟ ସମେତ ଚୀନ୍, ଇରାନ, ଇଟାଲୀ ଏବଂ ଋଷିଆ ଭଳି ରାଷ୍ଟ୍ରରୁ ଆସିଥିବା ମୋଟ ୩୭ଟି ଫିଲ୍ମ ପ୍ରଦର୍ଶିତ ହେବ। ୨ୟ ଦିବସରେ ପ୍ରଥମେ ରୁଷିଆ ଚଳଚ୍ଚିତ୍ର ‘ଦ ସେଭେନ୍ ଡେଡ୍ଲି ସିନ୍ସ୍’ ପ୍ରଦର୍ଶିତ ହୋଇଥିଲା। ପରେ ‘ଦ ଇନୋସେନ୍ସ’, ଇରାନ୍ ଚଳଚ୍ଚିତ୍ର ‘ଆଇ ଆମ୍ ଗୋନା ଟେଲ୍ ଗଡ଼୍ ଏଭ୍ରିଥିଙ୍ଗ୍’ ଓ ‘ଲାଷ୍ଟ୍ ଲୋକାଲ୍’ ପ୍ରଦର୍ଶିତ ହୋଇଥିଲା। ସେହିପରି ‘ଓମାର୍ ଆଣ୍ଡ୍ ଅସ୍’, ‘ସୋଲ୍ମେଟ୍’, ତେଲୁଗୁ ଚଳଚ୍ଚିତ୍ର ‘ମହାରାଜୁ’ ପ୍ରଦର୍ଶିତ ହୋଇଥିଲା। ଅପରାହ୍ଣରେ ଓଡ଼ିଆ ଚଳଚ୍ଚିତ୍ର ‘କମଲି’, ଇରାନ୍ ଚଳଚ୍ଚିତ୍ର ‘ଡଟର୍ ଅଫ୍ ୱିଣ୍ଟର୍’ ଓ ଶେଷରେ ଓଡ଼ିଆ ଚଳଚ୍ଚିତ୍ର ‘ମ୍ୟାନ୍ ଅଫ୍ ଗଡ୍ସ୍’ ପ୍ରଦର୍ଶିତ ହୋଇଥିଲା। ୨ୟ ଦିନରେ ୧୦ରୁ ଊର୍ଧ୍ବ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମରେ ଗୋଲ୍ଡେନ୍ ଟ୍ରାଏଙ୍ଗଲ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର ସଭାପତି ପ୍ରିୟରଞ୍ଜନ ସାହୁ ଯୋଗ ଦେଇଥିଲେ। ଆସନ୍ତାକାଲି ଶେଷ ହେବାକୁ ଥିବା ଏହି ଉତ୍ସବରେ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ଫିଲ୍ମ ଏବଂ କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ।
ସ୍ବର୍ଣ୍ଣ ତ୍ରିଭୁଜ ଚଳଚ୍ଚିତ୍ର ଉତ୍ସବ: ପ୍ରଦର୍ଶିତ ହେଲା ୨ ଓଡ଼ିଆ ଚଳଚ୍ଚିତ୍ର
/sambad/media/post_attachments/wp-content/uploads/2020/02/dg6j79dg8j7g8d97jdg987jg65dj465gj465gdjdgjdgdgdgdgdgdgdgdgdgdgdgdgdgdg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)