ସାଙ୍ଗକୁ ଦେଖା କଲେ ରାଷ୍ଟ୍ରପତିଙ୍କ ଝିଅ ସ୍ବାତୀ

ଭୁବନେଶ୍ବର: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଝିଅ ସ୍ବାତୀ କୋବିନ୍ଦ ଆଜି ଭୁବନେଶ୍ବର କଳିଙ୍ଗନଗରରେ ତାଙ୍କ ସାଙ୍ଗକୁ ଭେଟିଛନ୍ତି। କେ-୬ସ୍ଥିତ ଏଚ୍‌ଆଇଜି ପ୍ଲଟ ନମ୍ବର ୩୭ରେ ରହୁଥିବା ପୂର୍ବତନ ପିସିସି ସଭାପତି ତଥା ସାଂସଦ ଶରତ ପଟ୍ଟନାୟକଙ୍କ ଝିଅ ସ୍ବାତୀଙ୍କ ସାଙ୍ଗ। ତ୍ରିସ୍ତରୀୟ କମିସନରେଟ୍ ପୁଲିସ୍‌ର ସୁରକ୍ଷା ବ୍ୟବସ୍ଥା ଭିତରେ ସ୍ବାତୀ ତାଙ୍କ ସାଙ୍ଗଙ୍କୁ ଭେଟିବାକୁ ଆସିଥିଲେ। ଓଡ଼ିଶା ଆସି ସାଙ୍ଗକୁ ଦେଖା କରିବାକୁ ଭୁଲି ନଥିବାରୁ ସ୍ବାତୀଙ୍କୁ କଳିଙ୍ଗନଗରରେ ବେଶ୍ ପ୍ରଶଂସା କରାଯାଇଛି। ସେହିଭଳି ଆଜି ସକାଳେ ରାଷ୍ଟ୍ରପତିଙ୍କ ସହଧର୍ମିଣୀ ସବିତା କୋବିନ୍ଦ ଓ ଝିଅ ସ୍ବାତୀ ନୂଆପଲ୍ଲୀସ୍ଥିତ ଇସ୍କନ୍ ମନ୍ଦିରକୁ ଆସି ପ୍ରାୟ ୪୫ମିନିଟ୍ ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରିଥିଲେ। ଏଠାରେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବା ସହ ଅନ୍ୟ ଦେବଦେବୀଙ୍କୁ ଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର