ବାଲିଅନ୍ତା: ବାଲିଅନ୍ତା ବ୍ଲକ୍ ପ୍ରତାପଶାସନସ୍ଥିତ ନିର୍ମାଣ ଏଜୁକେସନାଲ୍ ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ ସ୍ୱାଭିମାନ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଯୁବ ସ୍ୱାଭିମାନ ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ ସଭାରେ ସ୍ୱାଭିମାନ ଫାଉଣ୍ଡେସନ୍ ମୁଖ୍ୟ ପ୍ରଦୀପ୍ତ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧୁଭୂଷଣ ପଟ୍ଟନାୟକ ଯୋଗ ଦେଇ ଛାତ୍ରଛାତ୍ରୀମାନେ ନିଶାମୁକ୍ତ ଓ ଶୃଙ୍ଖଳିତ ଜୀବନଚର୍ଯ୍ୟା ମାଧ୍ୟମରେ ରାଷ୍ଟ୍ରଗଠନରେ ସକ୍ରିୟ ଭୂମିକା ନେବାକୁ ଆହ୍ବାନ ଦେଇଥିଲେ। ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇ ଓ ସମାଜସେବୀ ରଞ୍ଜନ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସମାଜସେବୀ ଦୀପକ ସ୍ବାଇଁଙ୍କୁ ଚଳିତ ବର୍ଷ ପାଇଁ ସ୍ୱାଭିମାନ ସମ୍ମାନ ପ୍ରଦାନ କରାଯାଇଥିଲା। ଗୋପାଳ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ସ୍ୱାଭିମାନ ଫାଉଣ୍ଡେସନ୍ର ସମ୍ମାନ ପ୍ରଦାନ ସମାରୋହ
ବାଲିଅନ୍ତା ବ୍ଲକ୍ ପ୍ରତାପଶାସନସ୍ଥିତ ନିର୍ମାଣ ଏଜୁକେସନାଲ୍ ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ ସ୍ୱାଭିମାନ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଯୁବ ସ୍ୱାଭିମାନ ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
/sambad/media/media_files/2025/08/06/untitled-1-2025-08-06-06-08-35.jpg)