ଶିବରାତ୍ରି ପରେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ସଫେଇ

ଭୁବନେଶ୍ୱର : ମହାଶିବରାତ୍ରି ପରେ ମନ୍ଦିର ପରିସରରେ ଗଦା ହୋଇଥିବା ଅଳିଆ ଆବର୍ଜନାକୁ ହଟାଇବା ଉଦ୍ଦେଶ୍ୟରେ ମନ୍ଦିର ପରିସରରେ ଏକ ସ୍ୱେଚ୍ଛାକୃତ ଶ୍ରମଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭକ୍ତମାନେ ଏଠାରେ ଛାଡ଼ିଯାଇଥିବା ଦୀପ, ବେଲପତ୍ର, ଫୁଲ, କୁଡ଼ୁଆ, ପଲିଥିନ୍‌ ଆଦିକୁ ସ୍ୱେଚ୍ଛାସେବୀମାନେ ସଫା କରି ନେଇ ବାହାରେ ଫିଙ୍ଗିଥିଲେ। ଏଥିରେ ସମାଜସେବୀ ସୁଶାନ୍ତ ସାହୁଙ୍କ ସହ ମିସିଙ୍ଗ ଫାଉଣ୍ଡେସନ୍‌, ସୁରେନ୍ଦ୍ର ନାଥ ଟ୍ରଷ୍ଟ, ଆଶ୍ରା, ଧଉଳି ଚାରୁକଳା ମହାବିଦ୍ୟାଳୟର ଏନଏସ୍‌ଏସ୍‌ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ଏହି ଶିବିରକୁ ପ୍ରିୟବ୍ରତ ପଣ୍ଡା, ରଞ୍ଜନ ଦାସ, ପଞ୍ଚାନନ ସାମଲ, ପ୍ରତାପ ଚନ୍ଦ୍ର ପ୍ରଧାନ, ଗୋପୀମୋହନ ପଟ୍ଟନାୟକ, ଶୁଭ୍ରାଂଶୁ ମହାନ୍ତି, ବାସୁଦେବ ମିଶ୍ର, ମଳୟ ବାରିକ, ରାଜେନ୍ଦ୍ର ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର