ଭୁବନେଶ୍ବର : ଆଜି ଉଷ୍ମ ଥିଲା ମିଠା ଓ ଫୁଲ ବଜାର। କୌଣସି ପର୍ବଠାରୁ କମ୍ ନଥିଲା ବିଜୟୀ ପ୍ରାର୍ଥୀଙ୍କ ବିଜୟ ଶୋଭାଯାତ୍ରା। କିଏ ଫୁଲତୋଡ଼ା ଦେଇ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଉଥିଲେ ତ’ ଆଉ କିଏ ମିଠା ଖୁଆଇ ବିଜୟର ଆନନ୍ଦକୁ ଉପଭୋଗ କରୁଥିଲେ। ସକାଳୁ ସକାଳୁ ଚଳଚଞ୍ଚଳ ହୋଇପଡ଼ିଥିଲେ ମିଠା ଓ ଫୁଲ ବ୍ୟବସାୟୀ। ଫୁଲ ବେପାରୀମାନେ ବେଶ୍ ଦୁଇ ପଇସା ବେପାର ଆଶାରେ ଦୁଇ ଦିନ ଆଗରୁ ବାହାରୁ ଫୁଲ ଆମଦାନୀ କରି ରଖିଥିଲେ। ପୂର୍ବ ରାତିର ବରାଦ ଅନୁସାରେ ମିଠା ବେପାରୀମାନେ ମିଠା ପ୍ରସ୍ତୁତ କରି ସାରିଥିଲେ। ଅନ୍ୟ ଦିନ ଅପେକ୍ଷା ଆଜି ଫୁଲ ତୋଡ଼ା ପିଛା ୫-୧୦ ଟଙ୍କା ବଢ଼ିଯାଇଥିଲା। ହାଉସିଂବୋର୍ଡସ୍ଥିତ ଫୁଲ ବ୍ୟବସାୟୀ ପ୍ରସନ୍ନ ମହାରଣା କୁହନ୍ତି, ପ୍ରତିଥର ନିର୍ବାଚନ ଫଳାଫଳ ଘୋଷଣା ପରେ ଫୁଲ ଚାହିଦା ବଢ଼ିଯାଏ। ଏଣୁ ଆମେ ଆଗରୁ ପ୍ରସ୍ତୁତ ଥିଲୁ। ଫନି ଯୋଗୁଁ ସ୍ଥାନୀୟ ଫୁଲ ଉପଲବ୍ଧ ହେଉନାହିଁ। ପୁଣି ବିବାହ ଋତୁ ଚାଲିଥିବାରୁ ଫୁଲର ଚାହିଦା ଅଧିକ ରହୁଛି। ଆମେ ବାହାରୁ ଆମଦାନୀ କରିଛୁ। ଏଣୁ ଦାମ୍ ଟିକେ ଅଧିକ ରହିଛି।
ସରଗରମ ମିଠା ଓ ଫୁଲ ବଜାର
/sambad/media/post_attachments/wp-content/uploads/2019/05/flo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)