ବାଲିଅନ୍ତା: ଭୁବନେଶ୍ୱର-କଟକ ଜାତୀୟ ରାଜପଥର ବାଲିଅନ୍ତା ଥାନା ଅଧୀନ ପାହାଳ ଛକ ସଂଲଗ୍ନ ଅଞ୍ଚଳରେ ଆଜି ପୂର୍ବାହ୍ନରେ ଜବରଦଖଲ ଉଚ୍ଛେଦ ହୋଇଛି। ଜାତୀୟ ରାଜପଥ ବିଭାଗ ପକ୍ଷରୁ ରାଜପଥ ପାର୍ଶ୍ୱ ଜୋହାଳ ମୌଜା (ତୁଣ୍ଡିତରାପାଟଣା) ସୀମା ପରିସରରେ ବେଆଇନ ଭାବେ ନିର୍ମାଣ ହୋଇଥିବା ପ୍ରାୟ ୨୫ଟି ଅସ୍ଥାୟୀ ମିଠା ଦୋକାନକୁ ଭାଙ୍ଗି ଦିଆଯାଇଛି। ଜବରଦଖଲ ଯୋଗୁ ବର୍ଷାଜଳ ନିଷ୍କାସନ ଏବଂ ଜାତୀୟ ରାଜପଥ ସଂପ୍ରସାରଣ ନେଇ ସମସ୍ୟା ଉପୁଜୁଥିଲା। ଉଚ୍ଛେଦ ସମୟରେ ଏନଏଚ୍ ଅଧିକାରୀଙ୍କ ସମେତ ବାଲିଅନ୍ତା ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ, ପାହାଳ ଫାଣ୍ଡି ଅଧିକାରୀ ଓମ୍ ପ୍ରକାଶ ମହାନ୍ତି ପ୍ରମୁଖଙ୍କ ସହିତ ଏକ ପ୍ଲାଟୁନ ପୁଲିସ ଫୋର୍ସ ଉପସ୍ଥିତ ଥିଲେ।
ପାହାଳରୁ ୨୫ ମିଠା ଦୋକାନ ଉଚ୍ଛେଦ
/sambad/media/post_attachments/wp-content/uploads/2018/08/pahala.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)