ଭୁବନେଶ୍ବର: ନଭେମ୍ବର ୨୯ରୁ ୱାଟର କର୍ପୋରେସନ ଅଫ ଓଡ଼ିଶା (ୱାଟକୋ)ଦ୍ଵାରା ଜାଗମରା ଛକ ଏବଂ ଆଇଟିଇଆରଲେନ୍ ମଧ୍ୟରେ ରାସ୍ତାର ଗୋଟିଏ ପାର୍ଶ୍ୱରେ୩୬୬ମିଟର ପର୍ଯ୍ୟନ୍ତ ଏକ ମୁଖ୍ୟ ସ୍ୱେରେଜ୍ ପାଇପଲାଇନ ବିଛା କାର୍ଯ୍ୟ ଚାଲୁରହିଛି। ଏହି ଟ୍ରଙ୍କ ଲାଇନ, ଫାୟାର ଷ୍ଟେସନ ଛକରୁ ବରମୁଣ୍ଡା ଅଞ୍ଚଳର ନୀଳକଣ୍ଠେଶ୍ଵର ମନ୍ଦିରଏବଂ ନୂତନ ବିମାନବନ୍ଦର ରୋଡ ମାଧ୍ଯମରେ ଜାଗମରା ଛକପର୍ଯ୍ୟନ୍ତ ଇତିମଧ୍ଯରେସମ୍ପୂର୍ଣ ହୋଇଥିବା ସ୍ଵେରେଜ ଲାଇନ ସହ ଆଇଟିଇଆରଲେନ୍ ଠାରୁପଞ୍ଚସଖା ନଗର ଦେଇସୁନ୍ଦରପଦା ସ୍ଥିତ ୪୩.୫ଏମଏଲଡି କ୍ଷମତା ସମ୍ପନ୍ନକୋଚିଲାପୁଟ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ସହିତ ସଂଯୁକ୍ତ କରିବ।

Advertisment

ଏହି ପ୍ୟାଚ୍ କାର୍ଯ୍ୟ ସମ୍ପୂର୍ଣ ହେଲା ପରେ ବରମୁଣ୍ଡା, ସିରିପୁର ଏବଂ ଜାଗମରା ଅଞ୍ଚଳର ପ୍ରାୟ ୧ ଲକ୍ଷ ଜନସଂଖ୍ୟା ସିଧାସଳଖ ଉପକୃତ ହେବେ।ଅପରପକ୍ଷରେସମଗ୍ର ନେଟୱାର୍କ କାର୍ଯ୍ୟ ସମାପ୍ତ ହେବା ପରେଭୁବନେଶ୍ୱରର ସ୍ୱେରେଜ୍ ଜିଲ୍ଲା-୩ ଅଧୀନରେ ବାସ କରୁଥିବା ସମୁଦାୟ ୩.୨ ଲକ୍ଷ ଜନସଂଖ୍ୟା ଉପକୃତ ହେବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାସ୍ତାକୁ ସମ୍ପୂର୍ଣନ ଖୋଳିବା ପାଇଁ ୱାଟକୋ ଦ୍ୱାରା ଅତ୍ୟାଧୁନିକ ଟ୍ରେଞ୍ଚଲେସ୍ ଟେକ୍ନୋଲୋଜି ଗ୍ରହଣ କରାଯାଇଛି। ଏହି ଟେକ୍ନୋଲୋଜିରେ, ପ୍ୟାଚର ଉଭୟ ମୁଣ୍ଡରେ ମ୍ୟାନହୋଲ ଚାମ୍ବର ଖୋଳା ଯାଇ ଟନେଲିଂ ମାଧ୍ୟମରେ ରାସ୍ତା ତଳେ ସ୍ୱେରେଜ୍ ପାଇପଲାଇନ ବିଛାଯାଉଛି।

publive-image

ୱାଟକୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ ପି କେ ସ୍ୱାଇଁ କହିଛନ୍ତି “ଆମେ ଏହି ପ୍ୟାଚ କାର୍ଯ୍ୟ ଆସନ୍ତା ୧୫ ଜାନୁୟାରୀ ୨୦୨୪ କିମ୍ବା ତା’ପୂର୍ବରୁ ଶେଷ କରିବାକୁ ଆଶା ରଖୁଛୁ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ଏଥିପାଇଁ ହେଉଥିବା ଅସୁବିଧା ପାଇଁ ଆମେ ଦୁଃଖିତ। ଏହି କାର୍ଯ୍ୟ ସମାପ୍ତ ହେବା ପର୍ଯ୍ୟନ୍ତ ଆମ ସହ ସହଯୋଗ କରିବା ପାଇଁ ନିବେଦନ କରୁଛୁ।“ ସେ ଆହୁରି ମଧ୍ୟ କହିଛନ୍ତି “ସ୍ୱେରେଜ୍ ନେଟୱାର୍କ ନିର୍ମାଣ ଏବଂ ବିସ୍ତାର ଏକ ଜଟିଳ ପ୍ରକ୍ରିୟା ଏବଂ ରାସ୍ତା ରାସ୍ତା ନ ଖୋଳି ଏହି କାର୍ଯ୍ୟ କରିବା ସମ୍ଭବପର ନୁହେଁ। ଏହି ପ୍ୟାଚ୍ କାର୍ଯ୍ୟ ସମାପ୍ତ ହେବା ପରେ, ୱାଟକୋ ଅନ୍ୟ ଦୁଇଟି ଛୋଟ ପ୍ୟାଚଯଥା ଆଇଟିଇଆର ଠାରୁ ଗଣ୍ଡମୁଣ୍ଡା ପର୍ଯ୍ୟନ୍ତ ପ୍ରାୟ ୩୮୦ ମିଟରଏବଂ ଜାଗମରା ଛକଠାରୁ ବରବାରି ଛକ ପର୍ଯ୍ୟନ୍ତପ୍ରାୟ ୨୬୦ ମିଟରଦୀର୍ଘରାସ୍ତା ତଳେ ସ୍ୱେରେଜ୍ ପାଇପଲାଇନ ବିଛାକାର୍ଯ୍ୟ ହାତକୁ ନେବ ଓ ଏହାକୁ ଅଳ୍ପ ଦିନ ମଧ୍ୟରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛି।

ୱାଟକୋ ହେଉଛି ଏକ ଆଇଏସଓ ପ୍ରମାଣିତ, ଓଡ଼ିଶା ସରକାର ମାଲିକାନାଧୀନ ଅଣ-ଲାଭକାରୀ ସଂସ୍ଥା, ଯାହା ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟ ବିଭାଗ ଅଧୀନରେ ସହରୀ ପାନୀୟ ଜଳ ଯୋଗାଣ, ସ୍ୱେରେଜ୍ ଏବଂ ସେପ୍ଟେଜ ପରିଚାଳନା ପାଇଁ କାର୍ଯ୍ୟ କରୁଛି।ବର୍ତ୍ତମାନୱାଟକୋ ରାଜ୍ଯର ୨୯ଟିସହରରେ ଏହି ସେବା ଯୋଗାଇ ଦେଉଛି।