ଭୁବନେଶ୍ବର: ‘ଶ୍ବେତପଦ୍ମା’ର ପ୍ରତିଷ୍ଠା ଦିବସ ଅବସରରେ ନାଟକ ‘ଅର୍ଧସତ୍ୟ’ ଓ ‘ଜୀନତ’ ମଂଚସ୍ଥ ହୋଇଯାଇଛି। ନାଟକଦ୍ବୟକୁ ଶ୍ବେତପଦ୍ମାର ପ୍ରତିଷ୍ଠାତା ପ୍ରଦୀପ ବିଶ୍ବାଳ ରଚନା ଓ ନିର୍ଦେଶନା ଦେଇଥିଲେ। ଅର୍ଧସତ୍ୟରେ ପ୍ରଦୀପ ବିଶ୍ବାଳ, ବିରଞ୍ଚି, ଗୋବିନ୍ଦ, ପ୍ରଦୀପ, ଲମ୍ବୋଦର, ଆନନ୍ଦ, ଦେବାଶିଷ, ସଞ୍ଜୀବ, ସୂର୍ଯ୍ୟ, ମନିଷା, କଳ୍ପନା ଓ ପ୍ରିୟମ୍ବଦା ଅଭିନୟ କରିଥିଲେ। ପ୍ରାରମ୍ଭରେ ଡ. ମନ୍ମଥ ଶତପଥୀ, ଲାଲା ବୀରେନ୍ ରାୟ, ହରେନ୍ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ଉପଦେଷ୍ଟା ନିରଂଜନ ଦାସ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଗୁରୁବାରୀ ସାହୁ ଉପସ୍ଥିତ ଥିଲେ। ଦ୍ବିତୀୟ ସନ୍ଧ୍ୟାରେ ମଂଚସ୍ଥ ନାଟକ ‘ଜୀନତ୍’ରେ ପଞ୍ଚାନନ, ବିରଞ୍ଚି, ସନ୍ତୋଷ, ପ୍ରଦୀପ, ଲମ୍ବୋଦର, ଆନନ୍ଦ, ଜ୍ୟୋତି, ବିବେକ, ସୂର୍ଯ୍ୟ, ସୁଧିର, ଅନନ୍ୟା, ସୋନମ, ଶୁଭମ, ବିକି, ଓମ୍ ଅଭିନୟ କରିଥିଲେ। ନାଟ୍ୟ ପ୍ରତିଭା ପ୍ରଫେସର ସମର ମୁଦାଲି, ବିଜୟ ପଟ୍ଟନାୟକ, ପଞ୍ଚାନନ ଦାସ, ବନ ମହାପାତ୍ରଙ୍କୁ ‘ଶ୍ବେତପଦ୍ମା’ ସମ୍ମାନ ପ୍ରଦାନ କରାଯାଇଥିଲା। ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ବ ଧୀରେନ୍ଦ୍ରନାଥ ମଲ୍ଲିକ, ଶଙ୍କର ତ୍ରିପାଠୀ, ମନୋଜ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ପୁରସ୍କୃତ କରିଥିଲେ। କୁଳମଣି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp