ଶ୍ବେତ ସଂକେତର ସମାବର୍ତ୍ତନ ଉତ୍ସବ

ଭୁବନେଶ୍ବର: ସାରସ୍ବତ ଅନୁଷ୍ଠାନ ‘ଶ୍ବେତ ସଙ୍କେତ’ର ୩୧ତମ ସମାବର୍ତ୍ତନ ସମାରୋହ ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ‘ମାତୃଭାଷା ପ୍ରତି ଆଦର’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ଉପସଭାପତି ଗୌରଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଉତ୍କଳ ସାହିତ୍ୟ ସମାଜର ସଭାପତି ବିଜୟାନନ୍ଦ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଚିତ୍ତରଞ୍ଜନ ମିଶ୍ର ମୁଖ୍ୟବକ୍ତା ଓ ଇନ୍ଦ୍ରମଣି ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନର ବିଷୁବ ସଂଖ୍ୟା ସହ ଦେବେନ୍ଦ୍ର ନାଥ ଦାଶଙ୍କ ଦ୍ବାରା ରଚିତ ‘ଘୁମୁରୁ ଘୁମୁରୁ ପାରା’, କୁମୁଦଲତା ମହାନ୍ତିଙ୍କ ଉପନ୍ୟାସ ‘ତଥାପି ସମ୍ପର୍କ’ ଓ ଗୌରଚନ୍ଦ୍ର ମହାପାତ୍ରଙ୍କ ସମ୍ପାଦନାରେ ପ୍ରକାଶିତ ‘ସାଇକୃପା’ ଲୋକାର୍ପିତ ହୋଇଛି। କାର୍ଯ୍ୟକ୍ରମରେ ଅମୂଲ୍ୟ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ୧୧ ଜଣ ସାହିତ୍ୟିକଙ୍କୁ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମ ଆରମ୍ଭରୁ ଏକ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। ୨୦ରୁ ଊର୍ଧ୍ବ କବି ଏଥିରେ ଯୋଗ ଦେଇ ସ୍ବରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମକୁ ଗୀତାଞ୍ଜଳି ନନ୍ଦ ପରିଚାଳନା କରିଥି‌ଲେ।

ସମ୍ବନ୍ଧିତ ଖବର