ବାଲିଅନ୍ତା: ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ପୁରୀ ମୁଖ୍ୟ କେନାଲରେ ଆଜି ପହଁରା ଓ ବୋଟ୍ ଚାଳନା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ ୨୫ଜଣ ଏଥିରେ ଭାଗ ନେଇ ପୁରୀ ମୁଖ୍ୟ କେନାଲର ୧୦୦ ମିଟର ଭିତରେ ପହଁରିବା ସହ ବୋଟ୍ ଚାଳନା କରିଥିଲେ। ସେମାନଙ୍କ ଭିତରୁ ଖଲାସୀ କର୍ମଚାରୀ ଭାବେ ୮ଜଣ ଏବଂ ବୋଟ୍ ଚାଳନାରେ ଆଉ ୮ଜଣ ଯୁବକ ଉତ୍ତୀର୍ଣ୍ଣ ହୋଇଥିଲେ। ବିଡିଓ ନାରାୟଣ ଚନ୍ଦ୍ର ନାୟକଙ୍କ ସୂଚନା ଅନୁସାରେ ଠିକାରେ ନିଯୁକ୍ତ ଉକ୍ତ କର୍ମଚାରୀମାନଙ୍କ ପ୍ରତିବର୍ଷ ପହଁରା ଓ ବୋଟ ଚାଳନା ପରୀକ୍ଷା କରାଯାଇଥାଏ। ହେଲେ ମହାମାରୀ କୋଭିଡ୍ ନେଇ ୨ ବର୍ଷ ଧରି ସେମାନଙ୍କର ପରୀକ୍ଷା ବନ୍ଦ ରହିଥିଲା। ଖୋର୍ଧା ଏଡିଏମ୍ ଅନୁଜ ଦାଶ ପଟ୍ଟନାୟକ ଏବଂ ତହସିଲଦାର ସରୋଜ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଯୁବକମାନେ ପରୀକ୍ଷା ଦେଇଥିଲେ। ବନ୍ୟା ବାତ୍ୟା ସମୟରେ ସହାୟତା କରିବା ପାଇଁ ଜୁନ୍ ମାସରୁ ଅକ୍ଟୋବର ପର୍ଯ୍ୟନ୍ତ ଉକ୍ତ କର୍ମଚାରୀମାନେ କାର୍ଯ୍ୟ କରିବେ।
ପୁରୀ ମୁଖ୍ୟ କେନାଲରେ ପହଁରା ଓ ବୋଟ ଚାଳନା ପରୀକ୍ଷା
/sambad/media/post_attachments/wp-content/uploads/2022/05/dh56da465d4a65g4dg65a4dg65.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)