ଡୁମୁଡୁମାରେ ଶାମ୍‌-ଏ-ଗଜଲ୍

ଖଣ୍ଡଗିରି: ତୁମ୍‌ ତୋ ଠେହ୍‌ରେ ପରଦେଶୀ, ଭର୍‌ ଦୋ ଝୋଲି ଭଳି ମନମତାଣିଆ ଗଜଲ୍‌ ଶନିବାର ଶୀତୁଆ ସନ୍ଧ୍ୟାରେ ଭରି ଦେଇଥିଲା ଉଷ୍ମତା। ମୁମ୍ବାଇର ବିଶିଷ୍ଟ ଗଜଲ୍‌ ଗାୟକ ଅଲ୍‌ତାଫ୍ ରାଜାଙ୍କ କଣ୍ଠରୁ ଏମିତି ମନଛୁଅାଁ ଗଜଲ୍‌ ହଜାର ହଜାର ଦର୍ଶକଙ୍କୁ ବାନ୍ଧି ରଖିଥିଲା ବିଳମ୍ବିତ ରାତି ପର୍ଯ୍ୟନ୍ତ। ତବଲା ଓ ଢୋଲକର ତାଳେତାଳେ ରାଜାଙ୍କ ଗଜଲ୍‌ ଝୁମେଇ ଦେଇଥିଲା ଶ୍ରୋତାଙ୍କୁ। ଶ୍ରୋତାଙ୍କ ପସନ୍ଦ ଅନୁସାରେ ବି ରାଜା ଗାଇଥିଲେ କେତୋଟି ଚଳଚ୍ଚିତ୍ରର ହିଟ୍‌ ଗଜଲ୍‌ ଓ ତାଳେ ତାଳେ ଦର୍ଶକମାନଙ୍କ ତାଳି ମାଡ଼ରେ ଫାଟି ପଡ଼ୁଥିଲା ଡୁମୁଡୁମା ଫେଜ୍‌ ୩ସ୍ଥିତ ବିଡିଏ ପାର୍କ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଓଡ଼ିଶା ଉର୍ଦ୍ଦୁ ଏକାଡେମି, ଭୁବନେଶ୍ବର ଦ୍ବାରା ଆୟୋଜିତ ଏହି ଶାମ୍‌-ଏ-ଗଜଲ୍‌ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭରପୂର ମନୋରଂଜନ ଯୋଗାଇଥିଲା। କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ଅନନ୍ତ ନାରାୟଣ ଜେନା, କର୍ପୋରେଟର୍‌ ମୁଜାହିଦ୍ଦ ହୋସେନ୍‌, ଅଶ୍ବିନୀ ସୁନ୍ଦରରାୟ, ହୃଦୟ ବଲ୍ଲଭ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିବା ବେଳେ ଯଦୁପୁର ଗ୍ରାମ୍ୟ କମିଟି ସଭାପତି ଆୟୁବ୍ ଖାଁ, ସୟଦ୍‌ ଜାମ୍‌ସେଦ୍‌ ଅଲ୍ଲୀ ଓ ସୟଦ୍ ଜାକ୍‌ବୁର୍ ର‌‌‌େହମନ୍ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର